
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ର ୧୬ ନମ୍ବର ଜାତୀୟ ରାଜପଥର ଦଇସଡ଼ା ନିକଟରେ ଏକ ସିଲିଣ୍ଡର ବୋଝେଇ ଟ୍ରକ୍କୁ ଏକ ଟୁରିଷ୍ଟ ବସ୍ ଧକ୍କା ଦେଇଛି। ଏଥିରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

‘ପ୍ରଧାନ ଏଣ୍ଡ ପ୍ରଧାନ’ ନାମକ ବସ୍ଟି ଗୁଜୁରାଟ ସୁନ୍ଦରନଗରରୁ ତୀର୍ଥଯାତ୍ରୀ ନେଇ ପୁରୀରୁ ପଶ୍ଚିମବଙ୍ଗ ଯାଉଥିଲା। ଆଜି ଭୋର ସମୟରେ ଏହି ବସ୍ଟି ୧୬ ନମ୍ବର ଜାତୀୟ ରାଜପଥରେ ଠିଆହୋଇଥିବା ସିଲିଣ୍ଡର ବୋଝେଇ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା। ଉକ୍ତ ସମୟରେ ବସ୍ରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା ପୁଲିସ ଅନୁମାନ କରିଛି।
from Odisha Reporter http://bit.ly/2HER3cD
No comments:
Post a Comment