
ସାଲେପୁର(ମନୋଜ ଆଚାର୍ଯ୍ୟ): ରାତିଅଧରେ ପାଚେରି ଡେଇଁ ପଶିଥିଲେ ଚୋରି କରିବାକୁ । ହେଲେ ଉଦ୍ୟମ ହୋଇଗଲା ପଣ୍ଡ। କିଛି ବୁଝିବା ଆଗରୁ ଗାଁ ଲୋକେ ମାଡି ବସି କାବୁ କରି ନେଲେ ୩ ଚୋରଙ୍କୁ। ଆଉ ସେଠାରୁ ସେମାନେ ସିଧା ଗଲେ ଥାନାକୁ । ଏପରି ଘଟଣା ଘଟିଛି କଟକ ଜିଲା ସାଲେପୁର ଥାନା ଅଢ଼ଙ୍ଗା ଗାଁରେ । ଧରାପଡ଼ିଥିବା ଚୋରମାନେ ହେଲେ ସେହି ଗାଁର ବୀରକିଶୋର ସାହୁ ଓ ଲଷ୍ମୀଧର ସାହୁ ଏବଂ ସୁନାଖଣ୍ଡି କାଶୀପୁର ଗାଁର ଗଣେଶ୍ୱର କାଣ୍ଡି।
ଗତକାଲି ବିଳମ୍ବିତ ରାତିରେ ଗାଁର ଅବଦୁଲ ମଲ୍ଲିକ ଖାନଙ୍କ ଘରର ପାଚେରି ଡେଇଁ ଉକ୍ତ ତିନି ଜଣ ଚୋରି କରିବାକୁ ଉଦ୍ୟମ କରୁଥିଲେ। ହେଲେ ରମଜାନ ମାସ ହୋଇଥିବାରୁ ଅବଦୁଲଙ୍କ ପରିବାର ଲୋକେ ନିଦରୁ ଉଠି ଓଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏକଥା ଚୋରମାନେ ଜାଣି ନଥିଲେ।
ଚୋରମାନେ ପାଚେରି ଡେଇଁବା ଦେଖି ଅବଦୁଲଙ୍କ ପରିବାର ଲୋକେ ସତର୍କ ହୋଇଯାଇଥିଲେ। ଏହାସହ ଅତି ଚତୁରତାର ସହ ପାଖ ପଡ଼ୋଶୀଙ୍କ ସହାୟତା ନେଇ ସମସ୍ତ ତିନିଜଣ ଚୋରଙ୍କୁ କାବୁକରି ନଡ଼ିଆ ଗଛରେ ବାନ୍ଧି ପକାଇଥିଲେ। ଏହାପରେ ଅବଦୁଲଙ୍କ ପରିବାର ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଆଜି ସକାଳେ ଏହି ୩ ଚୋରଙ୍କୁ ଗ୍ରାମବାସୀ ସାଲେପୁର ପୁଲିସକୁ ଜିମାଦେଇଥିଲେ।
from Odisha Reporter http://bit.ly/2YSLEoa
No comments:
Post a Comment