୨୩ ପାଇଁ ବିଜେପି ଚଳଚଞ୍ଚଳ, କଂଗ୍ରେସ ତଥାପି ଆଶାବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

୨୩ ପାଇଁ ବିଜେପି ଚଳଚଞ୍ଚଳ, କଂଗ୍ରେସ ତଥାପି ଆଶାବାଦୀ

ନୂଆଦିଲ୍ଲୀ: ଏକଜିଟ୍‌ ପୋଲ୍ ଫଳାଫଳ ବିଜେପି ନେତୃତ୍ୱାଧୀନ ଏନଡିଏ ସପକ୍ଷରେ ଯିବାରୁ ଏବେ ଦଳୀୟ କର୍ମୀ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ଆସନ୍ତା ୨୩ ତାରିଖରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ତା’ ପୂର୍ବରୁ ବିଜେପି କର୍ମୀମାନେ ଏବେଠାରୁ ଦଳୀୟ ମୁଖ୍ୟାଳୟରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ଏକଜିଟ୍‌ ପୋଲ ପରେ ନିରାଶ ହୋଇଥିବା କଂଗ୍ରେସ ଏବେ ବି ୨୩ ତାରିଖରେ ଚିତ୍ର ବଦଳିବା ନେଇ ଆଶାବାଦୀ ଅଛି। ଅବଶ୍ୟ ବିଜେପି ଭଳି କଂଗ୍ରେସ ମୁଖ୍ୟାଳୟରେ ଭିଡ଼ ଜମି ନାହିଁ, ତଥାପି ଦଳ ଭଲ କରିବ ବୋଲି କହିଛି।

୨୩ରେ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ଏହାକୁ ଗ୍ରାଣ୍ଡ ଉତ୍ସବ ଭାବେ ପାଳନ କରିବାକୁ ଲକ୍ଷ୍ୟ ରଖିଛି। ଅବଶ୍ୟ ଦଳ ପାଇଁ ନିର୍ବାଚନରେ ଲଗାତର ପ୍ରଚାର କରୁଥିବା କିଛି କର୍ମୀଙ୍କୁ ଛୁଟି ଦିଆଯାଇଛି। କିନ୍ତୁ ଅନ୍ୟମାନେ ୨୩ ତାରିଖ ଉତ୍ସବକୁ ପାଳନ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ କରୁଛନ୍ତି।

ବିଜେପି ମିଡିଆ ସେଲ୍‌ର ଜିତେନ୍ଦ୍ର ରାୱତ କହିଛନ୍ତି, “ନିର୍ବାଚନ ଆରମ୍ଭ ହେବା କ୍ଷଣି ଆମ ସମସ୍ତଙ୍କ ଫୋକସ୍‌ ଏହା ଉପରେ ରହିଥିଲା। ସମସ୍ତଙ୍କ ଛୁଟିକୁ ନିର୍ବାଚନ ସରିବା ଯାଏ ବାତିଲ କରାଯାଇଥିଲା। ଆମେ ୨୪ ଘଣ୍ଟା କାମ କରୁଥିଲୁ। ଆମର ବିଶ୍ୱାସ ଆମେ ଏଥର ୩୦୦ ସିଟ୍‌ ପାର୍‌ କରିବୁ।” ସମୀର ଛାବର ନାମକ ଜଣେ ପଞ୍ଜାବ ବିଜେପିର ଜଣେ ସଦସ୍ୟ କହିଛନ୍ତି, “ମୁଁ କିଛି କାମ ପାଇଁ ଦିଲ୍ଲୀ ଆସିଥିଲି। ହେଲେ ଏବେ ମୁଁ ୨୩ ତାରିଖ ପୂର୍ବରୁ ଘରକୁ ଫେରିବାକୁ ଚାହୁଁଛି। କାରଣ ମୁଁ ସେଠାରେ ହିଁ ଉତ୍ସବ ପାଳନ କରିବାକୁ ଚାହୁଁଛି।” ବିଜେପି ପକ୍ଷରୁ ମୁଖ୍ୟାଳୟକୁ ସଜାଇବା କାମ ଆରମ୍ଭ ହୋଇଛି। ଏଥିସହ ‘ୟେସ୍‌ ୱି କାନ୍‌, ୟେସ୍‌ ୱୁ ଡୁ’ ବ୍ୟାନର ମଧ୍ୟ ତିଆରି କରାଯାଉଛି।

ଅନ୍ୟପକ୍ଷରେ ବିଜେପି ମୁଖ୍ୟାଳୟ ପରି କଂଗ୍ରେସ ମୁଖ୍ୟାଳୟରେ ଗହଳି ନାହିଁ। କଂଗ୍ରେସ କର୍ମୀମାନେ ଏକଜିଟ୍‌ ପୋଲକୁ ଖାରଜ କରିଛନ୍ତି। ସେମାନେ କହିଛନ୍ତି, ଆମେ ଭଲ ପ୍ରଦର୍ଶନ କରିବୁ। ଯଦି କଂଗ୍ରେସ ଭଲ ପ୍ରଦର୍ଶନ କଲା ନାହିଁ, ତା’ହେଲେ ଇଭିଏମ୍‌ରେ କାରସାଦି କରାଯାଇଛି ବୋଲି ପ୍ରମାଣିତ ହେବ। ଏକଜିଟ୍‌ ପୋଲ ପରେ ଦେଶରେ ଏକ ଖରାପ ପରିବେଶ ସୃଷ୍ଟି ହେଇଛି। ତେଣୁ ଆଜି କଂଗ୍ରେସ ମୁଖ୍ୟାଳୟରେ ଲୋକଙ୍କ ଭିଡ଼ କମିଥିବା ରାମ ସିଂହ ନାମକ ଜଣେ ଦଳୀୟ କର୍ମୀ କହିଛନ୍ତି।

୧୪ଟି ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ରେ ୧୨ଟି ଏନ୍‌ଡିଏ ପୂର୍ଣ୍ଣ ବହୁମତ ସରକାର ଗଠନ କରିବ ବୋଲି କୁହାଯାଇଛି। ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୧୦ରୁ ଅଧିକ ଆସନ ଜିତି ପାରିବ ନାହିଁ ବୋଲି ଏଥିରେ ପୂର୍ବାନୁମାନ କରାଯାଇଛି। ସେ ଯାହା ହେଉ, ଆସନ୍ତା ୨୩ ତାରିଖରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ, ତା’ ଉପରେ ସମସ୍ତଙ୍କ ନଜର।



from Odisha Reporter http://bit.ly/2JsBjeN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages