
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅସମ୍ଭାଳ ତାତିରେ ଅଥୟ ସାରା ରାଜ୍ୟ। ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଲୋକେ। ଗତ କିଛିଦିନ ଧରି ଏଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଏହାର ପ୍ରଭାବ ଆହୁରି ଦୁଇ ଦିନ ରହିବ ବୋଲି ପାଣିପାଗ ବିଭାଗ କହିଛି। ଟିଟିଲାଗଡ଼ରେ ଆଜି ପାରଦ ୪୫ ଡିଗ୍ରୀ ପାର ହୋଇଥିବା ବେଳେ ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏପଟେ ୧୦ ଜିଲ୍ଲାରେ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି ସହ ଅଂଶୁଘାତ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି।
୪୫.୫ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ସେହିପରି ବଲାଙ୍ଗିରରେ ତାପମାତ୍ରା ୪୪ ଡିଗ୍ରୀ, ମାଲକାନଗିରିରେ ୪୩.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ, ଭବାନୀପାଟଣା ଓ ସୋନପୁରରେ ୪୩ ଡିଗ୍ରୀ, ସମ୍ବଲପୁରରେ ୪୨.୭ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ହୀରାକୁଦରେ ୪୧.୪ ଡିଗ୍ରୀ, ଭୁବନେଶ୍ୱରରେ ୩୭.୭ ଡିଗ୍ରୀ ଓ କଟକ ୩୮ ଡିଗ୍ରୀ ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏଭଳି ସ୍ଥିତି ଆହୁରି ଦୁଇ ଦିନ ଲାଗି ରହିବ। ସ୍ଥିତିକୁ ନଜରରେ ରଖି ଆସନ୍ତା ୨୨ ତାରିଖ ଯାଏଁ ୧୦ଟି ଜିଲ୍ଲା ପାଇଁ ସମ୍ଭାବ୍ୟ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
from Odisha Reporter http://bit.ly/2EjHmOs
No comments:
Post a Comment