
ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ଘୋଟଲାରେ ଫସିଥିବା କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ନିସ୍ତାର ନାହିଁ। ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିବା ଆଦେଶର ଅବଧି ବଢ଼ାଇବା ପାଇଁ ରାଜୀବ କୁମାରଙ୍କ ଦ୍ୱାରା ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ଚିଟଫଣ୍ଡ ଘୋଟଲାରେ ତଦନ୍ତ ବେଳେ ଏହି ଆଇପିଏସ ଅଫିସର ପ୍ରମାଣ ନଷ୍ଟ କରିଥିବା ନେଇ ସିବିଆଇ ସୁପ୍ରିମକୋର୍ଟରେ ପ୍ରମାଣ ଦାଖଲ କରିଥିଲା। ପରେ ସୁପ୍ରିମକୋର୍ଟ ଫେବୃଆରୀ ୫ ତାରିଖରେ ରାଜୀବ କୁମାରଙ୍କ ଗିରଫ ସଂକ୍ରାନ୍ତରେ ଯେଉଁ ଆଦେଶ ଦେଇଥିଲେ ତାହା ଚଳିତ ମାସ ୧୭ ତାରିଖ ଦିନ ପ୍ରତ୍ୟାହାର କରିଥିଲେ।
ଏଥିସହ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ତାଙ୍କୁ ୭ ଦିନ ସମୟ ଦେଇଥିଲେ ସୁପ୍ରିମକୋର୍ଟ। ଯାହର ଅବଧି ଚଳିତ ଆଗାମୀ ଶୁକ୍ରବାର ଦିନ ଶେଷ ହେଉଛି। ଯଦି ଏହାରି ଭିତରେ ରାଜୀବଙ୍କୁ ଆଗୁଆ ଜାମିନ ନମିଳେ, ତା’ହେଲେ ସିବିଆଇ ତାଙ୍କୁ ଗିରଫ କରିପାରିବ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
from Odisha Reporter http://bit.ly/2Wl00jc
No comments:
Post a Comment