
ନୂଆଦିଲ୍ଲୀ: ୧୦୦ ପ୍ରତିଶତ ଇଭିଏମ୍ ଏବଂ ଭିଭିପ୍ୟାଟ ଗଣତି ପାଇଁ ଦାବିରେ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ରା ଏବଂ ଜଷ୍ଟିସ ଏମଆର ଶାହଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।
ଚେନ୍ନାଇର ଏକ ଏନଜିଓ ଟେକ୍ନୋକ୍ରାଫ୍ଟଙ୍କ ପକ୍ଷରୁ ମାମଲାର ଶୀଘ୍ର ଶୁଣାଣି ପାଇଁ ହୋଇଥିବା ଏହି ଆବେଦନକୁ ପ୍ରଥମେ ଶୁଣାଣି ପାଇଁ ମନା କରିଥିଲେ ଖଣ୍ଡପୀଠ। କାରଣ ପୂର୍ବରୁ ୫୦ ପ୍ରତିଶତ ଇଭିଏମ ଓ ଭିଭିପ୍ୟାଟ ସଂକ୍ରାନ୍ତୀୟ ଆବେଦନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଖାରଜ କରି ଦେଇସାରିଛନ୍ତି। ସେ ଦୃଷ୍ଟିରୁ ଏହି ଆବେଦନକୁ ‘ନନସେନ୍ସ’ ବୋଲି ଖଣ୍ଡପୀଠ କହିଛନ୍ତି। ପୂର୍ବରୁ ଏହି ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇସାରିଥିବା ବେଳେ ସମାନ ଆବେଦନ ଦାୟର କରିବାକୁ ନେଇ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଛନ୍ତି।
ଏପ୍ରିଲ ୮ରେ ସୁପ୍ରିମକୋର୍ଟ ବିରୋଧୀ ଦଳଙ୍କ ସମାନ ଧରଣର ଆବେଦନର ଶୁଣାଣି କରି ଇଭିଏମ ସହ ଭିଭିପ୍ୟାଟର ଗଣତି ୫ ପ୍ରତିଶତ ବଢ଼ାଇ ଥିଲେ।
from Odisha Reporter http://bit.ly/2LWFbXx
No comments:
Post a Comment