ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ: ଉପାସରେ ମାଆ ହରଚଣ୍ଡୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ: ଉପାସରେ ମାଆ ହରଚଣ୍ଡୀ

ସାଲେପୁର(ମନୋଜ ଅଚାର୍ଯ୍ୟ): ସେବାୟତଙ୍କ ମଧ୍ୟରେ ବିବାଦକୁ ନେଇ ଗତ ୪ଦିନ ଧରି ମନ୍ଦିରରେ ପୂଜାପାଠ ବନ୍ଦ ରହିଛି। ଉପବାସରେ ରହିଛନ୍ତି ମାଆ ହରଚଣ୍ଡୀ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ଅଶୁରେଶ୍ୱର ହରଚଣ୍ଡୀ ମନ୍ଦିରରେ।
ଅଭିଯୋଗ ଅନୁସାରେ, ଡଙ୍ଗା ସମସ୍ୟାକୁ ନେଇ ଚଳିତବର୍ଷ ମହାପ୍ରଭୁଙ୍କ ଚାପ ଖେଳ ବନ୍ଦ ହୋଇଯାଇଥିଲା। ତେବେ ଏହାକୁ ବିରୋଧ କରି ସେବାୟତମାନଙ୍କ ଭିତରୁ ଗୋଟିଏ ଗୋଷ୍ଠୀ ମନ୍ଦିରରେ ତାଲା ପକାଇଦେଇଛନ୍ତି। କିଛି ସେବାୟତ ଡଙ୍ଗା ଖରାପ ହେବାରୁ ଚାପଖେଳ ନ ହେବା ସପକ୍ଷରେ ଥିଲେ। ହେଲେ ଅନ୍ୟ ଗୋଷ୍ଠୀର ସେବାୟତମାନେ କାହିଁ ଚାପ ଖେଳ ବନ୍ଦ କରାଗଲା, ଏହାକୁ ବିରୋଧ କରି ମନ୍ଦିରରେ ତାଲା ପକାଇ ଦେଇଥିଲେ।
ଦୁଇ ସେବାୟତ ଗୋଷ୍ଠୀକୁ ବୁଝାସୁଝା କରିବାପାଇଁ ପ୍ରତିଦିନ ସମାଧାନ କମିଟି ବୈଠକ ବସୁଛି। ହେଲେ ଏଥିରେ ସମାଧାନର ବାଟ ବାହିରିପାରୁନି। ଘଟଣାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ନ କରି ଫେରିଯାଉଥିବା ଅଭିଯୋଗ ହୋଇଛି। ସମାଧାନ ପାଇଁ ଚେଷ୍ଟା କରାଯାଉଥିବା ସମାଧାନ କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ସେବାୟତ ଅଭିରାମ ତ୍ରିପାଠୀ କହିଛନ୍ତି,“ ମା’ଙ୍କ ନୀତି ବନ୍ଦ କରିବା ଓ ମନ୍ଦିରରେ ତାଲା ପକାଇବା ଆଦୌ ଠିକ୍‌ ନୁହେଁ। ଯେହେତୁ ପ୍ରଶାସନ କିଛି ବୁଝୁନାହିଁ, ସେଥିପାଇଁ ସେମାନେ ମନ୍ଦିରରେ ତାଲା ପକାଇ ଦେଇଛନ୍ତି।”



from Odisha Reporter http://bit.ly/2WK9IZH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages