ଏକଜିଟ୍ ପୋଲ ଦେଖାଇ ଅଡୁଆରେ ତିନି ଟିଭି ଚ୍ୟାନେଲ, ଇସି ପଠାଇଲା ନୋଟିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଏକଜିଟ୍ ପୋଲ ଦେଖାଇ ଅଡୁଆରେ ତିନି ଟିଭି ଚ୍ୟାନେଲ, ଇସି ପଠାଇଲା ନୋଟିସ

election

ନୂଆଦିଲ୍ଲୀ: ନିର୍ବାଚନ ଶେଷ ନହେଉଣୁ ତିନୋଟି ଘରୋଇ ଟିଭି ଚ୍ୟାନେଲ ନିର୍ବାଚନ ଫଳାଫଳର ପୂର୍ବାନୁମାନ କରିଥିଲେ। ଏହାକୁ ନେଇ ନିର୍ବାଚନ କମିଶନ ଗତକାଲି ସଂପୃକ୍ତି ତିନି ଗଣମାଧ୍ୟମ ଚ୍ୟାନେଲକୁ ନୋଟିସ ପଠାଇଛନ୍ତି।

ଦେଶରେ ଆଚରଣବିଧି ଲାଗୁ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଏକଜିଟ୍ ପୋଲ ପ୍ରକାଶ କରିଛନ୍ତି ସେ ନେଇ ଟିଭି ଚ୍ୟାନେଲ ମାନଙ୍କୁ ଜବାବ ମାଗିଛନ୍ତି ନିର୍ବାଚନ କମିଶନ। ଏଥିସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ସେ ନେଇ ମଧ୍ୟ ଜବାବ ମାଗିଛନ୍ତି। ତିନି ଟିଭି ଚ୍ୟାନେଲ ଏପରି କରିବା ଜନପ୍ରତିନିଧି ଆକ୍ଟ ୧୨୬(ଏ)କୁ ଉଲ୍ଲଂଘନ କରୁଥିବା ଇସି ଦର୍ଶାଇଛନ୍ତି। ତେବେ କେଉଁ ତିନି ଟିଭି ଚ୍ୟାନେଲ ଏକଜିଟ୍ ପୋଲ ପ୍ରକାଶ କରିଛନ୍ତି ସେ ନେଇ ସଠିକ୍ ତଥ୍ୟ ଆମ ପାଖରେ ହସ୍ତଗତ ହୋଇ ନାହିଁ।

ଟିଭି ଚ୍ୟାନେଲ ସହିତ ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର କତ୍ତୃପକ୍ଷଙ୍କୁ ନିର୍ବାଚନ କମିଶନ ଏକଜିଟ୍ ପୋଲ ସଂକ୍ରାନ୍ତୀୟ ସମସ୍ତ ଟ୍ୱିଟ୍ ତୁରନ୍ତ ଡିଲିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମେ ୧୯ରେ ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ରହିଛି। ସଂଧ୍ୟା ୬ଟାରେ ଭୋଟିଂ ଶେଷ ହେବା ପରେ ଟିଭି ଚ୍ୟାନେଲ ମାନେ ଏକଜିଟ୍ ପୋଲ ରେଜଲ୍ଟ ପ୍ରକାଶ କରିପାରିବେ ବୋଲି ନିୟମ ରହିଛି।



from Odisha Reporter http://bit.ly/2Hsu7Ms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages