କୋରାପୁଟ(ସୂର୍ଯ୍ୟ ପଣ୍ଡା):କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଗାନ୍ଧିନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କଲେଜ ଛାତ୍ରୀଙ୍କ ଉପରେ ତାଙ୍କ ସହପାଠୀ ଛାତ୍ର ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଏଥିରେ ଛାତ୍ରୀ ଜଣକ ଗୁରୁତର ହୋଇଛନ୍ତି। ଏହାପରେ ଘଟଣାସ୍ଥଳରୁ ଛାତ୍ର ଜଣକ ଫେରାର ହୋଇଯାଇଥିବା ବେଳେ ଏହାର କାରଣ ଜଣାପଡ଼ି ନାହିଁ।
ସୂଚନାମୁତବାକ, ଗତକାଲି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଛାତ୍ର ଜଣଙ୍କ ଉତକ୍ଷିପ୍ତ ହୋଇ ଛାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ। ଏହାପରେ ଦିଆସିଲି ମାରି ସେହି ସ୍ଥାନରୁ ଚମ୍ପଟ ମାରିଥିଲେ।
ଛାତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଉକ୍ତ ଛାତ୍ରଙ୍କ ଘର ନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏନେଇ ସେମିଳିଗୁଡ଼ା ପୁଲିସ୍ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2EINVKD
No comments:
Post a Comment