ଖରାପ ଦୃଷ୍ଟିରୁ ଆପଣଙ୍କୁ ବଞ୍ଚାଇଥାଏ ଲବଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 31, 2019

ଖରାପ ଦୃଷ୍ଟିରୁ ଆପଣଙ୍କୁ ବଞ୍ଚାଇଥାଏ ଲବଙ୍ଗ

ଭୁବନେଶ୍ୱର: ସାଧାରଣତଃ ଦେଖିବାକୁ ମିଳେ ଘରେ ଛୋଟ ପିଲା ଥିଲେ ତାର ଦେହ ବାରମ୍ବାର ଖରାପ ହୋଇଥାଏ। ଏପରିକି ବେଳେବେଳେ ପିଲାକୁ ଔଷଧ ଦେବା ପରେ ମଧ୍ୟ ତାହା କାମ କରେ ନାହିଁ। ବାସ୍ତବରେ ଶିଶୁ ବା ଛୋଟପିଲାମାନଙ୍କୁ ବାରମ୍ବାର ଲୋକଙ୍କ ଖରାପ ନଜର ଲାଗିଥାଏ। ଖରାପ ନଜର କେବଳ ଛୋଟ ପିଲାଙ୍କୁ ନୁହେଁ ବରଂ ଘର କିମ୍ବା କାର୍ଯ୍ୟାଳୟରେ ମଧ୍ୟ ପଡ଼ିଥାଏ। ଯହାଦ୍ୱାରା ବ୍ୟବସାୟ ଆଦିରେ କ୍ଷତି ହେବା ସହ ଘରେ ଅଶାନ୍ତି ମଧ୍ୟ ଲାଗିରହେ।

ତେବେ ଏହି ନଜର ଦୋଷରୁ ରକ୍ଷା ପାଇବା ପାଇଁ ତନ୍ତ୍ର ଶାସ୍ତ୍ରରେ କିଛି ଉପାୟ କୁହାଯାଇଛି। ଖୁବ୍‍ କମ୍‍ ଲୋକେ ଏହା ଜାଣିଥିବେ ଯେ ନଜର ଦୋଷ ଦୂର କରିବାରେ ଲବଙ୍ଗ ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଲବଙ୍ଗ ଦ୍ୱାରା ନଜର ଦୋଷ ଦୂର କରିବାର ଉପାୟ ବିଷୟରେ –

ପିଲାଙ୍କ ଉପରେ ଲାଗିଥିବା ନଜର ଦୋଷ ଦୂର କରିବା ପାଇଁ ରବିବାର ଓ ମଙ୍ଗଳବାର ଗୋଟିଏ ଲବଙ୍ଗକୁ ତାଉପରେ ବୁଲାଇ ଫୋପାଡ଼ି ଦିଅନ୍ତୁ। 

ଯଦି କୌଣସି କାର୍ଯ୍ୟରେ ବାରମ୍ବାର ବାଧା ଉତ୍ପନ୍ନ ହେଉଛି ତେବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୋଟିଏ ଲବଙ୍ଗ ନିଜ ଉପରେ ବୁଲାଇ ବାହାରକୁ ଫିଙ୍ଗି ଦିଅନ୍ତୁ।
ଭଗବାନଙ୍କ ଆରତି କରିବା ସମୟରେ ଦୀପରେ ୨ଟି ଲବଙ୍ଗ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସବୁ ଅଧା କାମ ପୂରା ହୋଇଯାଇଥାଏ।
ଧନ ପ୍ରାପ୍ତି ପାଇଁ ଲବଙ୍ଗର ଉପାୟ ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ୨ଟି ଲବଙ୍ଗକୁ ସୋରିଷ ତେଲର ଦୀପରେ ପକାଇ ପ୍ରଭୁ ହନୁମାନଙ୍କ ପୂଜା କରନ୍ତୁ।



from Odisha Reporter http://bit.ly/2XrZhtO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages