ମୋଦି ଓ ଶାହଙ୍କ ପ୍ରଶଂସା ପରେ ନବୀନଙ୍କୁ ସୋନିଆଙ୍କ ଦିଲ୍ଲୀ ଡାକରା, କେଉଁ ଆଡକୁ ଢଳିବେ ବିଜେଡି ସୁପ୍ରିମୋ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ମୋଦି ଓ ଶାହଙ୍କ ପ୍ରଶଂସା ପରେ ନବୀନଙ୍କୁ ସୋନିଆଙ୍କ ଦିଲ୍ଲୀ ଡାକରା, କେଉଁ ଆଡକୁ ଢଳିବେ ବିଜେଡି ସୁପ୍ରିମୋ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ପଶ୍ଚିମବଙ୍ଗରେ ଟିଏମ୍‌ସିର ହିଂସା ଭଳି ସ୍ଥିତି ଓଡ଼ିଶାରେ ନାହିଁ ବୋଲି ଶାହ କହିବା ପରେ ଦୁଇ ଦଳର ନିବିଡ଼ତା ବଢୁଥିବା ଚର୍ଚ୍ଚାକୁ ଖୋରାକ୍ ମିଳିଛି।

ସେପଟେ ଭବିଷ୍ୟତ ରାଜନୀତିକୁ ନେଇ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୨୩ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ମହାମେଣ୍ଟ ବୈଠକରେ ଯୋଗଦେବାକୁ ନବୀନଙ୍କୁ ଚିଠି ଲେଖିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହା ଭିତରେ ନବୀନ କେଉଁ ଆଡ଼କୁ ଢଳିବେ ତାଙ୍କୁ ନେଇ ଚର୍ଚ୍ଚା ବାବଦରେ ବିଜେଡି କହିଛି ଦଳ ଠିକ୍ ସମୟରେ ଠିକଣା ନିଷ୍ପତ୍ତି ନେବ। ଗତକାଲି ପଶ୍ଚିମବଙ୍ଗରେ ଘଟିଥିବା ହିଂସା ପ୍ରସଙ୍ଗକୁ ନେଇ ଅମିତ୍‌ ଶାହ ଆଜି ଦିଲ୍ଲୀରେ ପ୍ରେସ୍‌ମିଟ୍‌ରେ ଟିଏମ୍‌ସି ଉପରେ ବର୍ଷି ଥିବା ବେଳେ ନବୀନଙ୍କୁ ପ୍ରଶଂସା କରିଥିଲେ। ନିର୍ବାଚନ ବେଳେ ଓଡ଼ିଶାରେ ବିଜେପି କର୍ମୀଙ୍କୁ ଆକ୍ରମଣ ଓ ହିଂସା ନେଇ ବର୍ଷିଥିଲେ ଉଭୟ ମୋଦି-ଶାହ। ହେଲେ ଏବେ ବଦଳିଛି ଭାଷା।

କେବଳ ବିଜେପି ନୁହେଁ ଆଞ୍ଚଳିକ ଦଳଙ୍କୁ ସାଙ୍ଗରେ ନେଇ ମୋଦି ସରକାରକୁ ଯେନତେନ ପ୍ରକାରେ କ୍ଷମତା ବାହାରେ ରଖିବାକୁ ଅଭିଯାନ ଚଳାଇଥିବା କଂଗ୍ରେସ ବି ଆଗୁଆ  କସରତ ଆରମ୍ଭ କରିଦେଇଛି।  ଫଳ ଘୋଷଣା ଦିନ ଅର୍ଥାତ୍ ଆସନ୍ତା ୨୩ ତାରିଖରେ ମହାମେଣ୍ଟରେ ସାମିଲ ବିଭିନ୍ନ ଦଳଙ୍କର ଦିଲ୍ଲୀରେ ବୈଠକ ହେବ। ଏଥିରେ ଯୋଗଦେବାକୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନବୀନଙ୍କୁ ଚିଠି ଲେଖି ଆମନ୍ତ୍ରଣ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ନବୀନଙ୍କ ସହପାଠୀ ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଫୋନ କରି ନବୀନଙ୍କ ସହ କଥା ହୋଇଥିବା କୁହାଯାଉଛି ।

ବିଜେଡି ସୁପ୍ରିମୋ କଂଗ୍ରେସ ଓ ବିଜେପିଠାରୁ ସବୁବେଳେ ସମଦୂରତା କଥା କହି ଆସୁଥିଲେ ମଧ୍ୟ ବିଜେପି ପ୍ରତି ଥିବା ସମର୍ଥନ ବିଭିନ୍ନ ସମୟରେ ପଦାକୁ ଆସିଛି। ତେବେ ଆଗାମୀ ୨୩ର ଭୋଟ୍ ଫଳ ଏ ସମୀକରଣର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ବୋଲି ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2VmANAw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages