ବାତ୍ୟା ପରେ ପରିବା ବଜାରରେ ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ବାତ୍ୟା ପରେ ପରିବା ବଜାରରେ ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫୋନି’ର ପ୍ରଭାବ ଏବେ ସିଧାସଳଖ ପରିବା ମାର୍କେଟ ଉପରେ ପଡ଼ିଛି। କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ପରିବା ବଜାରରେ ଦର ଆକାଶ ଛୁଆଁ। ଫୋନି ଯୋଗୁ ଅଧିକାଂଶ କଞ୍ଚା ପରିବା ଦର ଦୁଇ ସପ୍ତାହ ଭିତରେ ପ୍ରାୟ ଦୁଇଗୁଣା ବଢ଼ିଛି।

ଫୋନି ମାଡ଼ରେ ଅଣ୍ଟା ଭାଙ୍ଗି ପଡ଼ିଥିବା ଉପକୂଳବାସୀ ହଠାତ୍ ପରିବା ଦର ବୃଦ୍ଧିକୁ ନେଇ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ନଗଦ କାରବାର ଅଭାବ ବିମୁଦ୍ରାକରଣ କଥା ମନେ ପକାଇ ଦେଇଥିବା ବେଳେ ପରିବାର ଦରର ଏପରି ସ୍ଥିତି ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି।

ଫୋନି ପରେ ଓଡ଼ିଶାର ସବୁଠାରୁ ବଡ଼ ପରିବା ମାର୍କେଟ କୁହାଯାଉଥିବା କଟକ ଛତ୍ର ବଜାରରେ ପୋଟଳର କେଜି ପିଛା ଦର ୬୦ ହୋଇଥିବା ବେଳେ ବାଇଗଣ ବି ୬୦ ଛୁଇଁଛି। ସେହିପରି ଟମାଟୋର କେଜି ପିଛା ଦର ୫୦ ଟଙ୍କା, ଭେଣ୍ଡି ୫୦ ଟଙ୍କା, ଜହ୍ନି ୪୦ ଟଙ୍କା ଓ କାକୁଡ଼ି ଦର ବି ୫୦ ଟଙ୍କାରେ ବିକ୍ରି ହେଉଛି। ଖାଉଟିଙ୍କ କହିବା ଅନୁଯାୟୀ ଫୋନି ପରେ ଏସବୁ କଞ୍ଚା ପରିବା ଦର ପ୍ରାୟ ଦୁଇ ଗୁଣା ବଢ଼ିଛି। ଖୁଚୁରା ବଜାରରେ ଆଳୁ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି। ପରିବା ଦର ଆକାଶ ଛୁଆଁ ହୋଇଥିବାରୁ ଆବଶ୍ୟକତାରୁ କମ୍ କିଣିବାକୁ ପଡୁଛି ବୋଲି ଭାଗ୍ୟଲତା ସାବତ ନାମକ କଟକର ଜଣେ ଖାଉଟି କହିଛନ୍ତି।

କେବଳ କଟକ ନୁହେଁ ‘ଫୋନି’ ପ୍ରଭାବରେ ରାଜଧାନୀର ପ୍ରମୁଖ ପରିବା ମାର୍କେଟ ୧ ନମ୍ବର ହାଟରେ କିଛି ଦିନ ହେଲା ଦର ବଢ଼ିବାରେ ଲାଗିଛି। ଫୋନି ପ୍ରଭାବରେ ସ୍ଥାନୀୟ ଚାଷ ପ୍ରଭାବିତ ହୋଇଥିବାରୁ ବାଇଗଣ, ପୋଟଳ, ଭେଣ୍ଡିର ଦର ହୁହୁ ହୋଇ ବଢ଼ି ଚାଲିଛି। ଟମାଟୋ, ଦେଶୀଆଳୁ, ଝୁଡ଼ଙ୍ଗ ଆଦି ପରିବା ବାହାର ରାଜ୍ୟରୁ ଆମଦାନୀ ହେଉଥିଲେ ହେଁ ଏସବୁର ଦର ବି ବୃଦ୍ଧି ପାଇଛି।

ଉପକୂଳ ଓଡ଼ିଶାର ପରିବା ଉତ୍ପାଦନର ପେଣ୍ଠସ୍ଥଳ କୁହାଯାଉଥିବା ପୁରୀ ଜିଲ୍ଲାର ବଳଙ୍ଗା, କଣାସ, କଟକ ଜିଲ୍ଲାର ନିଆଳି, ବାରଙ୍ଗ ଓ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ପ୍ରଭୃତି ଅଞ୍ଚଳରେ ପରିବା ଚାଷୀଙ୍କ କ୍ଷେତକୁ ଫୋନି ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ଏବେ ଏସବୁ ଅଞ୍ଚଳରୁ ଉତ୍ପାଦନ କମି ଯାଇଛି। ତେଣୁ ଏଭଳି ଦର ବୃଦ୍ଧି ହୋଇଥିବା କୁହାଯାଉଛି।



from Odisha Reporter http://bit.ly/2Ecly7o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages