ସେପଟେ ଶପଥ ଉତ୍ସବ, ଏପଟେ ବିଜେପି ୱେବସାଇଟ୍‌ ହ୍ୟାକ୍ କରି ଗୋମାଂସ ପରଷିଲେ ହ୍ୟାକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ସେପଟେ ଶପଥ ଉତ୍ସବ, ଏପଟେ ବିଜେପି ୱେବସାଇଟ୍‌ ହ୍ୟାକ୍ କରି ଗୋମାଂସ ପରଷିଲେ ହ୍ୟାକର

ନୂଆଦିଲ୍ଲୀ: ଏପଟେ ରାଷ୍ଟ୍ରପତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ସରକାର ଶପଥ ନେଉଛନ୍ତି, ସେପଟେ ଦଳର ୱେବସାଇଟ୍‌ ହ୍ୟାକ କରି ଦୁର୍ବୃତ୍ତ ଗୋମାଂସ ବା ବିଫ୍‌ ପରଷିଲେଣି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଦଳର କର୍ମୀଙ୍କଠାରୁ ଆରମ୍ଭ କରି ଛୋଟ ବଡ଼ ସମସ୍ତ ନେତା ଏହି ଶପଥ ଉତ୍ସବକୁ ଉପଭୋଗ କରୁଥିବାବେଳେ ସେପଟେ ଦଳର ୱେବ୍‌ସାଇଟ୍‌ ହ୍ୟାକ୍‌ ହୋଇଯାଇଥିବା ସୂଚନା ମିଳିଛି।

ଏଥିରେ ବିଭିନ୍ନ ବିଫ୍‌ ଆଇଟମ୍‌ ସବୁର ନାଁ ରହିଛି। ଆଉ ‘ସ୍ୟାଡୋ_ଭି୧ପି୩ଆର’ ନାମକ କେହି ହ୍ୟାକର ଏହାକୁ ହ୍ୟାକ୍‌ କରିଥିବା ଲେଖା ଅଛି। ହୋମ୍‌ପେଜ୍‌ରେ ନ୍ୟାଭିଗେସନ୍‌ କି’ରେ ବିଭିନ୍ନ ସ୍ଥାନରେ ବିଜେପି ଯୋଡ଼ି ହୋଇଯାଇଛି। ଯେପରିକି ‘ଏବାଉଟ୍‌ ବିଫ୍‌’ ଏବଂ ‘ବିଫ୍‌ ଲିଡରଶିପ୍‌’ ଆଦି ରହିଛି।

ବିଫ୍‌ ଆଇଟମ୍‌ ନାମକ ଏକ ଅପ୍ସନରେ କ୍ଲିକ କଲେ, ବିଫ୍‌ ଫ୍ରାଇ, ବିଫ୍‌ ଡ୍ରାଇ ଫ୍ରାଇ, ବିଫ୍‌ କିମା ଆଲୁ, ବିଫ୍‌ ଚିଲ୍ଲି କରି, ବିଫ୍‌ କରି ଏବଂ ସାଉଥ୍‌ ଇଣ୍ଡିଆନ୍‌ ବିଫ୍‌ କରି ଆଦି ଆଇଟମର ସୂଚନା ରହିଛି।



from Odisha Reporter http://bit.ly/2WA0fHp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages