ନୂଆଦିଲ୍ଲୀ: କ୍ୟାବିନେଟ୍ ମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଓଡ଼ିଶାରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଶପଥ ନେଇଛନ୍ତି। ସେ ଓଡ଼ିଶାର ମୋଦି ଭାବେ ବେଶ ପରିଚିତ। ସେ ୫୪ତମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ଶପଥ ପାଇଁ ଆସିବା ବେଳେ ସମସ୍ତେ କରତାଳି ଦେଇ ସ୍ୱାଗତ କରିଥିଲେ।
ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ଭାବେ ପ୍ରଥମେ ସନ୍ତୋଷ ଗଙ୍ଗୱାର, ପରେ ରାଓ ଇନ୍ଦ୍ରଜିତ ସିଂହ, ଶ୍ରୀପଦ ନାଏକ(ଉତ୍ତର ଗୋଆ), ଡ. ଜିତେନ୍ଦ୍ର ସିଂହ, କିରେଣ ରିଜିଜ୍ଜୁ, ପ୍ରହ୍ଲାଦ ସିଂହ ପଟେଲ, ଆରକେ ସିଂହ, ହରଦୀପ ସିଂହ ପୁରୀ ଓ ଶେଷରେ ମନସୁଖ ମାଣ୍ଡଭିୟା ଶପଥ ନେଇଥିଲେ। ୯ ଜଣ ସାଂସଦ ସ୍ୱାଧୀନ ମନ୍ତ୍ରୀ ହୋଇଛନ୍ତି।
ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମେ ଫଗନ ସିଂହ କୁଲସ୍ତେ, ଅଶ୍ୱିନୀ କୁମାର ଚୋବେ, ଅର୍ଜୁନ ସିଂହ ମେଘୱାଲ, ଜେନେରାଲ ଭିକେ ସିଂହ, କ୍ରିଷ୍ଣପାଲ ଗୁଜରାର, ରାଓଶାହେବ ଡାଣ୍ଡଭେ, ଜି କ୍ରିଷ୍ଣା ରେଡ୍ଡୀ(ତେଲେଙ୍ଗାନା), ପୁରୁଷୋତ୍ତମ ରୁପାଲା, ରିପ୍ଲବିକାନ ପାର୍ଟି ଅଫ ଇଣ୍ଡିଆର ରାମଦାସ ଆଠୱାଲେ, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ବାବୁଲ ସୁପ୍ରିୟୋ, ଡ. ସଞ୍ଜୀବ କୁମାର ବାଲିୟାନ, ସଞ୍ଜୟ ଧୋତ୍ରେ, ଅନୁରାଗ ଠାକୁର, ସୁରେଶ ଅଙ୍ଗାଡି(କର୍ଣ୍ଣାଟକା), ନିତ୍ୟାନନ୍ଦ ରାୟ, ରତନଲାଲ କଟାରିୟା(ହରିଆଣା), ବି ମୁରଲୀଧରନ୍, ରେଣୁକା ସିଂହ ସରୁତା, ସୋମ ପ୍ରକାଶ(ପଞ୍ଜାବ), ରାମେଶ୍ୱର ତେଲି(ଆସାମ), ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ(ଓଡ଼ିଶା), କୈଳାସ ଚୌଧୁରୀ(ରାଜସ୍ଥାନ) ଓ ଶେଷରେ ଦେବଶ୍ରୀ ଚୌଧୁରୀ(ପଶ୍ଚିମବଙ୍ଗ) ଶପଥ ଗ୍ରହଣ କରିଛନ୍ତି।
from Odisha Reporter http://bit.ly/2KedmaL
No comments:
Post a Comment