ଆହୁରି ବଢ଼ିବ ତାତି, ୮ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଆହୁରି ବଢ଼ିବ ତାତି, ୮ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି

Heatinodisha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଲାଗୁଛି ସତେ ଯେମିତି ନିଆଁ ବର୍ଷୁଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଲୋକେ କଲବଲ ହେଉଛନ୍ତି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବି ସ୍ଥିତି ଅସମ୍ଭାଳ ହୋଇପଡ଼ିଛି।

ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ପାଇବା ମୁସ୍କିଲ୍‌। ତାତି ଆହୁରି ବଢ଼ିବାର ଆଶଙ୍କା ଥିବାରୁ ୮ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ବଲାଙ୍ଗିର, ସୁବର୍ଣ୍ଣପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ପାଇଁ ଏହି ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ସ୍ଥାନରେ ଅସମ୍ଭାଳ ତାତି ସାଙ୍ଗକୁ ଝାଞ୍ଜି ବହିବାର ସମ୍ଭାବନା ରହିଛି। ତେବେ ୩ ଦିନ ପରେ ପାଣିପାଗରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ରହିଛି।

ଖରା ଅସ୍ତବ୍ୟସ୍ତ କରି ସାରିଥିବା ବେଳେ ଏବେ ସମସ୍ତଙ୍କ ଅପେକ୍ଷା ମୌସୁମୀ ବର୍ଷାକୁ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତକାଲିଠାରୁ ଆଣ୍ଡାମାନ ଛୁଇଁ ସାରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ୍ ୬ ସୁଦ୍ଧା ଏହା କେରଳକୁ ଭିଜାଇବ। ଏହାର ପ୍ରାୟ ୮ଦିନ ପରେ ୧୪ କିମ୍ବା ୧୫ରେ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବ।



from Odisha Reporter http://bit.ly/2X24bgU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages