
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସମୟରେ ମହିଳାମାନେ ସମୟ ବଞ୍ଚାଇବାକୁ ଯାଇ ଅଟା ଆଗରୁ ଚକଟି ଫ୍ରିଜ୍ରେ ରଖିଦେଇଥାନ୍ତି। ଥରେ ଏହାକୁ ବ୍ୟବହାର କଲା ପରେ ଆର ଥରକୁ ବଳିଥିବା ଅଟାରେ ରୁଟି କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣଙ୍କର ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏହା ଶରୀର ପାଇଁ ମଧ୍ୟ ହୋଇଥାଏ କ୍ଷତିକାରକ। ଆଉ ଏହି ବିଷୟରେ କ’ଣ ସବୁ ତଥ୍ୟ ରହିଛି ପଢ଼ନ୍ତୁ।

ବିଶେଷଜ୍ଞଙ୍କ ତଥ୍ୟ
ବିଶେଷଜ୍ଞଙ୍କ ଅନୁସାରେ ଅଟା ଚକଟିବାର ସଙ୍ଗେ ସଙ୍ଗେ ହିଁ ଏହାକୁ ବ୍ୟବହାର କରିବା ଆବଶ୍ୟକ। ଏହାକୁ ଫ୍ରିଜ୍ରେ ରଖିଲେ ଫ୍ରିଜ୍ର ହାନିକାରକ ଲାଇଟ୍ ଅଟାକୁ ଖରାପ କରିଥାଏ। ଯାହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ।

ଆୟୁର୍ବେଦିକ ତଥ୍ୟ
ଏହି ବିଷୟରେ ଆର୍ୟୁବେଦିକ ତଥ୍ୟ ମଧ୍ୟ ଦିଆଯାଇଛି। ଫ୍ରିଜ୍ରେ ବାସି ଅଟା ରଖିବା ଅର୍ଥ ବାସି ରୁଟି ଖାଇବା ସଙ୍ଗେ ସମାନ ହୋଇଥାଏ। ସଙ୍ଗେ ସଙ୍ଗେ ଅଟା ଚକଟା ହୋଇ ତିଆରି ହୋଇଥିବା ରୁଟି ଏବଂ ଫ୍ରିଜ୍ରେ ରହିଥିବା ଅଟାର ରୁଟିରେ ଅଲଗା ସ୍ୱାଦ ବୋଲି ଆପଣ ମଧ୍ୟ ଅନୁଭବ କରିଥିବେ।
ଧାର୍ମିକ କାରଣ

ଶାସ୍ତ୍ରରେ କୁହାଯାଇଛି ଯେ, ବାସି ଖାଦ୍ୟ ଭୂତର ଖାଦ୍ୟ ସହ ସମାନ ହୋଇଥାଏ। ଯେତେବେଳେ ଘରେ ବଳି ଯାଇଥିବା ଅଟା ଫ୍ରିଜ୍ରେ ଆମେ ରଖିଥାଉ । ଭୂତମାନଙ୍କର ଏହା ଉପରେ ନଜର ପଡ଼ିଥାଏ। ଯେଉଁମାନଙ୍କ ଘରେ ଏହି ପରି ଅଟା ଫ୍ରିଜ୍ରେ ରଖାଯାଇଥାଏ, ସେମାନଙ୍କ ଘରେ ସବୁବେଳେ କିଛି ନା କିଛି ପ୍ରକାରର ରୋଗ ଲାଗି ରହିଥାଏ।
from Odisha Reporter http://bit.ly/2EjIRfR
No comments:
Post a Comment