ଦିନ ଦି’ପହରରେ ରାଜଧାନୀରୁ ଲୁଟିନେଲେ ୩ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ଦିନ ଦି’ପହରରେ ରାଜଧାନୀରୁ ଲୁଟିନେଲେ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରାଜମହଲ ଛକରୁ ଅଭିନବ ଉପାୟରେ ଦୁର୍ବୃତ୍ତ ଆଜି ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ସେମାନେ ପ୍ରଥମେ କାର୍ ଇଞ୍ଜିନରୁ ତେଲ ବୋହୁଛି ବୋଲି ପାଟି କରି କହିବାରୁ ଚାଳକ ଓ ମାଲିକ ଗାଡ଼ିରୁ ଓହ୍ଲାଇ ପଡ଼ି ଇଂଜିନ ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଗାଡ଼ି ଭିତରେ ଥିବା ଟଙ୍କା ବ୍ୟାଗ ଧରି ଆଖି ପିଛୁଳାକେ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ।

ପୂରା ଘଟଣା ଏମିତି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳର ସନ୍ତୋଷ, ତାଙ୍କ ସାଙ୍ଗ ଦାମୋଦର ମହାପାତ୍ର ଓ ଚାଳକ ୩ ଲକ୍ଷ ଟଙ୍କା ଧରି ଏକ କାର୍‌ରେ ଭୁବନେଶ୍ୱର ଆସିଥିଲେ। ସେମାନେ ଶୋ’ରୁମ୍‌ରୁ ଏକ ପୁରୁଣା କାର କିଣିବାର ଥିଲା। ମାତ୍ର ଗାଡ଼ି ପସନ୍ଦ ନହେବାରୁ ସେମାନେ ଫେରି ଆସୁଥିଲେ। ରାଜମହଲ ଛକରେ ଗାଡ଼ି ଛିଡ଼ା କରି ଔଷଧ କିଣିବା ପାଇଁ ଦାମୋଦର ଦୋକାନକୁ ଯାଇଥିଲେ। ଗାଡ଼ି ଭିତରେ ସନ୍ତୋଷ ଓ ତାଙ୍କ ଚାଳକ ବସିଥିଲେ। ଏହି ସମୟରେ ୨ ଜଣ ଯୁବକ ବାଇକ୍‌ରେ ଆସି ଇଞ୍ଜିନ୍‌ରୁ ଡିଜେଲ୍‌ ବାହାରୁଛି ବୋଲି ସେମାନଙ୍କୁ କହିଥିଲେ। ଏକଥା ଶୁଣିବା ପରେ ସନ୍ତୋଷ ଓ ଚାଳକ ଟଙ୍କା ବ୍ୟାଗ ଛାଡ଼ି ଗାଡ଼ି ଆଗକୁ ଚାଲି ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କାର୍ ଭିତରେ ଥିବା ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଏନେଇ ଅଭିଯୋଗ ହେବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇନି।



from Odisha Reporter http://bit.ly/2Whj1Ef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages