୩୩ ପରିବାରଙ୍କ ଘର ଜଳିପୋଡ଼ି ପାଉଁଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

୩୩ ପରିବାରଙ୍କ ଘର ଜଳିପୋଡ଼ି ପାଉଁଶ

କେନ୍ଦ୍ରାପଡା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଜାଲକଣା ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩୩ ପରିବାରର ୫୦ ରୁ ଅଧିକା ବଖରା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମହାକାଳପଡ଼ା, କେନ୍ଦ୍ରାପଡା ଓ ମାର୍ଶାଘାଇରୁ ୬ଟି ଅଗ୍ନିଶମ ଟିମ ଆସି ନିଆଁକୁ ଆୟତ୍ତ କରିଛନ୍ତି।

ମିଳିଥିବା ସୂଚନାରୁ ଜଣାପଡ଼ିଲା, ପ୍ରଥମେ ଅଜୟ ପ୍ରଧାନଙ୍କ ପାଳଗଦାରେ ନିଆଁ ଲାଗିଥିଲା। ଧୀରେ ଧୀରେ ଏହି ନିଆଁ ସାରା ଗ୍ରାମରେ ବ୍ୟାପି ଯାଇଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଗାଁ ଲୋକେ ଆୟତ୍ତ କରିପାରିନଥିଲେ। ନିଆଁ ବ୍ୟାପୁଥିବା ଦେଖି ଲୋକେ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ। ହେଲେ ଘର ଭିତରେ ଥିବା ଆସବାପତ୍ରଠାରୁ ଆରମ୍ଭ କରି ଧାନ, ମୁଗ, ବିରି ଓ ସୁନା-ରୁପା ସବୁ ବାହାର କରିପାରିନଥିଲେ। ନିଆଁରେ ଏସବୁ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଥିବା ଅନୁମାନ କରାଯାଉଛି।



from Odisha Reporter http://bit.ly/2Wv0a7J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages