ବଢ଼ୁଛି ପ୍ରାର୍ଥୀଙ୍କ ହାର୍ଟବିଟ୍: ସମସ୍ତେ କହୁଛନ୍ତି ଆମେ ଜିତିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ବଢ଼ୁଛି ପ୍ରାର୍ଥୀଙ୍କ ହାର୍ଟବିଟ୍: ସମସ୍ତେ କହୁଛନ୍ତି ଆମେ ଜିତିବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାତି ପାହିଲେ ଆସିବ ୧୯ର ଫଳାଫଳ । କିଏ ହେବ ପାସ୍, ଆଉ କିଏ ଫେଲ୍, ତାକୁ ନେଇ ଚାଲିଛି ଅଙ୍କକଷା । ପରୀକ୍ଷା ଦେଇ ରେଜଲ୍‌ଟକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପରି ଏବେ ପ୍ରାର୍ଥୀଙ୍କ ହାର୍ଟବିଟ୍ ବଢିଯାଇଛି। ଏକ୍‌ଜିଟ୍ ପୋଲ ଆକଳନ ବି କିଛି ନେତାଙ୍କ ରକ୍ତଚାପ ବଢାଇଦେଇଛି ।  କିଏ କିଏ ଶେଷ ମୁହୂର୍ତ୍ତରେ ଭଗବାନଙ୍କ ପାଖରେ ଅଧିଆ ପଡି ଭଲ ଫଳ ପାଇଁ ପ୍ରାର୍ଥନା ବି କରିଛନ୍ତି ପୁଣି କିଏ ନିଜ ନିର୍ବାଚନ ଏଜେଣ୍ଟ ଓ କର୍ମୀଙ୍କୁ ବସାଇ ନିଜ ହାରଜିତ୍‌ର ଶେଷ ଗଣିତ କଷୁଛନ୍ତି।

ବରଗଡ଼ ଲୋକସଭାର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ। ନୃସିଂହନାଥଙ୍କ ଦର୍ଶନ ପରେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ହିରଣକଶ୍ୟପର ବଧ କଥା ଉଲ୍ଲେଖ କରି ବିଷ୍ଣୁଙ୍କ ଅବତାରର ଅବତାରଣା କରିଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ବି ନେଇଛନ୍ତି ସୁରେଶ । ଏଥର ନିର୍ବାଚନ ମଣ୍ଡଳୀ ବଦଳି ଥିବାରୁ ଫଳାଫଳ ପୂର୍ବରୁ ନିଜ ହାରଜିତକୁ ବଢିଛି ସୁରେଶଙ୍କ ହାର୍ଟବିଟ୍।

ଭୁବନେଶ୍ୱର ମଧ୍ୟର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ଜଗତର ଜଗନ୍ନାଥଙ୍କ ଉପରେ ଭରସା ରଖି ଜଗନ୍ନାଥ ଦୁଇ ଥର ହାରିବା ପରେ ଏଥର କିନ୍ତୁ ନିଜ ଜିତିବା ନେଇ ପୂର୍ଣ୍ଣ ଆଶାବାଦୀ ଅଛନ୍ତି। ପ୍ରତି ଓ୍ୱାର୍ଡର୍ ଭୋଟ୍ ଫଳାଫଳର ହିସାବ ନିକାଶ  କରୁଛନ୍ତି ଜଗନ୍ନାଥ । ଏଜେଣ୍ଟଙ୍କ ଠାରୁ ସଂଗ୍ରହ କରିଥିବା ତଥ୍ୟକୁ  ନେଇ ଜଗନ୍ନାଥଙ୍କ ଦୃଢୋକ୍ତି ସେ ଏଥର ୬ ହଜାର ଭୋଟ୍‌ରେ ଜିତିବେ । ପାଇବେ ୫୧ ହଜାର ଭୋଟ୍। ଭୁବନେଶ୍ୱର-ଏକାମ୍ରରେ ମନ୍ତ୍ରୀ  ଅଶୋକ ପଣ୍ଡାଙ୍କ ସହ ଲଢେଇ କରିଥିବା ବାବୁ ସିଂ ବି ଜିତିବାର ଗଣିତ କଷିଛନ୍ତି। ବୁଥ୍ ଓ୍ୱାରୀ ହିସାବ ପରେ ବାବୁଙ୍କ ଆକଳନ ହେଉଛି ବିଜେପି ଖାତାକୁ ଆସିବ ୬୭ ହଜାର ଭୋଟ । ଚାନ୍ଦବାଲିର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ ଦୁଇଥର ହାରିବା ପରେ ଏଥର ମୋଦିଙ୍କ ହାଓ୍ୱାରେ ଜିତିବାର ଅଙ୍କ କଷୁଛନ୍ତି। ଘଷିପୁରା ଓ ଭଣ୍ଡାରୀପୋଖରୀ ଦୁଇଟି ଆସନରୁ ଲଢିଥିବା ନିରଞ୍ଜନ ପଟ୍ଟନାୟକ ଏକଜିଟ ପୋଲ୍‌ର ଫଳାଫଳକୁ ବି ନିରେଖି ଦେଖୁଛନ୍ତି।

ଗତକାଲି କହୁଥିଲେ ଗୋଟିଏ ଆସନ ଭଣ୍ଡାରୀ ପୋଖରୀରୁ ଜିତିବେ କିନ୍ତୁ ସମୟ ଯେତିକି ପାଖଉଛି ତାଙ୍କ ଦମ୍ଭ ସେତିକି ବଢୁଛି। ଆଜି କହିଛନ୍ତି ଦୁଇଟି ଯାକ ଆସନରୁ ଜିତିବେ। ଦଳର ଏକାମ୍ର ଭୁବନେଶ୍ୱର ପ୍ରାର୍ଥୀ  ରଶ୍ମିରେଖା ମହାପାତ୍ର ବି କହୁଛନ୍ତି ସେ ଟେନସେନରେ ନାହାଁନ୍ତି।  ପରୀକ୍ଷାରେ ଭଲ ଲେଖଛନ୍ତି ତେଣୁ ଭଲ ନମ୍ବରରେ ପାସ ବି କରିବେ ।

ସେପଟେ ନିମାପଡାରୁ ଏଥର ହ୍ୟାଟ୍ରିକ କରିବା ଚକ୍କରରେ ଦଳର ମୁଖପାତ୍ର ସମୀର ଦାଶ ଅଛନ୍ତି।  ନିଜ କର୍ମୀ ଓ ଏଜେଣ୍ଟଙ୍କ ସହ ଶେଷ ଗଣିତ କଷୁଛନ୍ତି ସମୀର । ଗତ ଥର ସମୀର ପାଇଥିଲେ ୮୭ ହଜାର ଭୋଟ । ଏଥର ପ୍ରତିଦ୍ୱନ୍ଦୀଙ୍କ ଠାରୁ ୨୦ ହଜାର ଭୋଟରେ ଜିତିବାର ଦମ୍ଭୋକ୍ତି କରୁଛନ୍ତି ସମୀର । ସେହିପରି  ପ୍ରତିଦ୍ୱନ୍ଦୀ ସହ କଡା ଟକ୍କର ଭିତରେ ନିଜ ଜିତିବା ନେଇ ବଡଚଣା ପ୍ରାର୍ଥୀ ଅମର ଶତପଥୀ ବି ପୂର୍ଣ୍ଣ ଆଶାବାଦୀ ଅଛନ୍ତି। ତେବେ ରାତିପାହିଲେ  ଜଣାପଡିବ କାହାର ଗଣିତ ଠିକ ହେଉଛି ଓ କିଏ ଫେଲ ହେଉଛି।



from Odisha Reporter http://bit.ly/2VWvCwn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages