ସୁଖୋଇ-୩୦ ଏମକେଆଇରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ସୁଖୋଇ-୩୦ ଏମକେଆଇରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଆଜି ବାୟୁସେନାର ଲଢ଼ୁଆ ବିମାନ ସୁଖୋଇ-୩୦ଏମକେଆଇରୁ ସଫଳତାର ସହ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଆକଶ ମାର୍ଗରୁ ସ୍ଥଳଭାଗରେ ଲକ୍ଷ୍ୟ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ହେଉଛି ଏକ ସୁପରସୋନିକ କ୍ରୁଜ ମିସାଇଲ ଓ ଏହାର ଓଜନ ୨.୫ ଟନ । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ହେଉଛି ୩୦୦କିମି।  ବିଶ୍ୱର ପ୍ରଥମ ବାୟୁ ସେନା ଭାବେ ଆଇଏଏଫ ପୂର୍ବରୁ ୨୦୧୭ ନଭେମ୍ବର ୧୭ ତାରିଖରେ ଏହି କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରୁ ସମୁଦ୍ର ମଧ୍ୟରେ ସଫଳ ପରୀକ୍ଷଣ କରିଥିଲା। ଆଜି ଏହି କ୍ଷେପଣାସ୍ତ୍ରକୁ ଦ୍ୱିତୀୟଥର ପାଇଁ ସଫଳ ପରୀକ୍ଷଣ କରାଯାଇଛି।

ଏହି କ୍ଷେପଣାସ୍ତ୍ରର ସମନ୍ୱୟ ଏକ ଜଟିଳ ପ୍ରକ୍ରିୟା, ଯାହାର ପରୀକ୍ଷଣ ପାଇଁ ବିମାନର ଯାନ୍ତ୍ରିକ, ବୈଦ୍ୟୁତିକ ଏବଂ ସପ୍ଟୱେୟାର କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି। ଆଇଏଏଫର ଇଂଜିନିୟରମାନେ ବିମାନର ସପ୍ଟୱେୟାର ନିର୍ମାଣ କରିଛନ୍ତି ଏବଂ ହାଲର ଇଂଜିନିୟରମାନେ ଏହାର ଯାନ୍ତ୍ରିକ ଓ ବୈଦ୍ୟୁତିକ ସରଞ୍ଜାମ ନିର୍ମାଣ କରିଛନ୍ତି।

ପରୀକ୍ଷଣ ବେଳେ ରେଞ୍ଜ ସୁରକ୍ଷା ନିଶ୍ଚିତ କରିବା ନେଇ ଭାରତୀୟ ନୌସେନା ବହୁ ସଂଖ୍ୟାରେ ଜାହାଜ ପ୍ରସ୍ତୁତ କରି ରଖିଥିଲେ । ଏହି ସଫଳ ପରୀକ୍ଷଣ ପରେ ସମସ୍ତ ପ୍ରକାରର ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଭାରତୀୟ ବାୟୁସେନା ଦୂର ରେଞ୍ଜରୁ ସମୁଦ୍ର ଓ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିବାରେ ସମର୍ଥ ହେବ। ଏହି କ୍ଷେପଣାସ୍ତ୍ରର ସାମର୍ଥ୍ୟ ଏବଂ ସୁଖୋଇ-୩୦ ଏମକେଆଇ ଯୁଦ୍ଧ କୌଶଳ ଭାରତୀୟ ବାୟୁସେନାକୁ ଆବଶ୍ୟକୀୟ ରଣନୀତି କ୍ଷମତା ପ୍ରଦାନ କରିଛି।



from Odisha Reporter http://bit.ly/2HK5aw6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages