ଶିଖ୍‌ଙ୍କୁ ମିଳିଲା ‘କୃପାଣ’ ରଖିବାର ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଶିଖ୍‌ଙ୍କୁ ମିଳିଲା ‘କୃପାଣ’ ରଖିବାର ଅନୁମତି

ଲଣ୍ଡନ୍‌:ବ୍ରିଟେନ୍‌ରେ ଛୁରା ଆକ୍ରମଣ ଭଳି ଘଟଣା ବୃଦ୍ଧି ପାଉଥିବାରୁ ଧାରୁଆ ଅସ୍ତ୍ରର ବ୍ୟବହାରକୁ ନେଇ କଟକଣା ପରେ ମଧ୍ୟ ଶିଖ୍‌ମାନଙ୍କ ଧାର୍ମିକ ଅସ୍ତ୍ର ‘କୃପାଣ’ ବ୍ୟବହାର ପାଇଁ ଅନୁମତି ଦେବାକୁ ଆଇନରେ ପରିବର୍ତ୍ତନ ଅଣାଯାଇଛି। ପ୍ରଥମେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କଠାରୁ ଅନୁମତି ଆଣିବା ପରେ ଏହି ବିଲ୍‌ ସଂସଦରେ ପାରିତ ହୋଇଛି। ଏହା ପାରିତ ହେବାପରେ ବ୍ରିଟିଶ ଶିଖ୍‌ କମ୍ୟୁନିଟିଙ୍କୁ କୃପାଣ ବ୍ୟବହାର ଏବଂ ସପ୍ଲାଇ ପାଇଁ ଅନୁମତି ମିଳିପାରିବ।

ଏନେଇ ବ୍ରିଟିଶ ସରକାରଙ୍କ ପକ୍ଷରୁ କୁହାଯାଇଛି, ଆମେ କୃପାଣ ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ଶିଖ୍‌ଙ୍କ ସହ ଆଲୋଚନା କରିସାରିଛୁ। ଯାହାଫଳରେ ଧାର୍ମିକ ଦୃଷ୍ଟିକୋଣରୁ କୃପାଣ ବ୍ୟବହାର ଏବଂ ଯୋଗାଣ ପୂର୍ବବତ୍‌ ଚାଲୁ ରହିବ।

କଟକଣା ଲାଗୁ ହେବାପରେ ବ୍ରିଟିଶ୍‌ ଶିଖ୍‌ମାନଙ୍କ ପାଇଁ ଉଦ୍ଦିଷ୍ଟ ଅଲ ପାର୍ଟି ପାର୍ଲିଆମେଣ୍ଟାରୀ ଗ୍ରୁପ୍‌ର ଏକ ପ୍ରତିନିଧି ଦଳ ବ୍ରିଟେନ୍‌ ସ୍ୱରାଷ୍ଟ୍ର କାର୍ଯ୍ୟାଳୟକୁ ପଠାଇଥିଲା। ଏହି ଦଳରେ ଥିବା ସାଂସଦ ପ୍ରୀତ କୌର ଗିଲ୍‌ କହିଛନ୍ତି, ସରକାର ଆଇନରେ ପରିବର୍ତ୍ତନ ଆଣିଥିବାରୁ ମୁଁ ଆନନ୍ଦିତ। ଏହାଫଳରେ ବଡ଼ ଆକାରର କୃପାଣର ବ୍ୟବହାରକୁ ଅପରାଧ ଭାବେ ବିବେଚନା କରାଯାଇପାରିବନାହିଁ।



from Odisha Reporter http://bit.ly/2Hom18G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages