
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୪ରେ ବହ୍ମପୁର ବଡ଼ବଜାର ମଙ୍ଗଳାବରପେଟା ସାହିରୁ ମାରଣାସ୍ତ୍ର, ଟଙ୍କା ସହ ଗିରଫ ହୋଇଥିବା ସବ୍ୟସାଚୀଙ୍କୁ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଯୋଜନା କରୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଏହି ସଜା ଶୁଣାଇଛନ୍ତି ବ୍ରହ୍ମପୁରର ଅତିରିକ୍ତ ଜିଲ୍ଲା ଦୈାରା ଜଜ୍ । ଅନ୍ୟପକ୍ଷରେ ତାଙ୍କ ବିରୋଧରେ ସାକ୍ଷ ପ୍ରମାଣ ନଥିବାରୁ କୋର୍ଟଙ୍କ ରାୟ ବିରୋଧରେ ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ସବ୍ୟସାଚୀ ପଣ୍ଡା।
ଆଇପିସିର ଧାରା ୧୨୧ ଅନୁସାରେ ଦୋଷୀ ସାବ୍ୟସ୍ତ କରି ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହାସହ ଆଇପିସି ଧାରା ୩୫୩ ଓ ଆର୍ମସ୍ ଆକ୍ଟର ଧାରା ୨୫ ଓ ୨୭ ଅନୁସାରେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହିସବୁ ଦଫାରେ ସବ୍ୟସାଚୀଙ୍କୁ ମଧ୍ୟ ୯ ବର୍ଷ ସଜା ସହ ୨୫ ହଜାର ଟଙ୍କା ଜରିମାନା ହୋଇଛି। ତେବେ ତାଙ୍କ ବିରୋଧରେ ପୁଲିସ ଲଗାଇଥିବା ଆଇପିସି ଧାରା ୧୨୪ରେ କୋର୍ଟ ତାଙ୍କୁ ଖଲାସ୍ କରିଛନ୍ତି ।
ସବ୍ୟସାଚୀଙ୍କୁ ୨୦୧୪ ମସିହା ଜୁଲାଇ ୧୭ ତାରିଖ ରାତିରେ ଗିରଫ କରିଥିଲା ବ୍ରହ୍ମପୁର ପୁଲିସ। ବଡ଼ବଜାର ଥାନା ମଙ୍ଗଳବାର ପେଟା ସାହିରେ ଅତର୍କିତ ଚଢାଉ ବେଳେ ଧରାପଡ଼ିଥିଲେ ସବ୍ୟସାଚୀ । ସେତେବେଳ ତାଙ୍କଠୁ ନଗଦ ୨ ଲକ୍ଷ ୧୧ ହଜାର ଟଙ୍କା, ୫୦୦ ଗ୍ରାମ ସୁନା,୧୦ଟି ମୋବାଇଲ୍ ଫୋନ୍, ଲାପଟପ୍, ୫ଟି ପେନ୍ ଡ୍ରାଇଭ୍ ସହ ଏକ ରିଭଲଭର୍ ଓ କିଛି ଗୁଳି ଜବତ ହୋଇଥିଲା । ଏସବୁ ତଥ୍ୟ ପ୍ରମାଣକୁ କୋର୍ଟଙ୍କ ଆଗରେ ଉପସ୍ଥାପିତ କରାଯାଇଥିଲା।
ଏହା ସତ୍ତ୍ୱେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀ ମାମଲାର ତଦନ୍ତକୁ ପୁଲିସ ଅତି ହାଲୁକା ଓ ଖାମଖିଇାଲି ଭାବେ ନେବା ସହ ତଦନ୍ତ ଠିକ୍ ଭାବେ କରାଯାଇନଥିବା ଦର୍ଶାଇ ତଦନ୍ତାକାରୀ ଅଧିକାରୀଙ୍କୁ କଡ଼ା ଭର୍ସନା କରିଛନ୍ତି କୋର୍ଟ । ଏ ସମ୍ପର୍କରେ ପୁଲିସ ଡିଜି ଓ ବ୍ରହ୍ମପୁର ଏସ୍ପିଙ୍କୁ ମଧ୍ୟ କୋର୍ଟ ଅବଗତ କରିଛନ୍ତି । ସେପଟେ ମାମଲାରେ କୌଣସି ସାକ୍ଷ୍ୟ ପ୍ରମାଣ ନଥିବା କହି ଏହି ରାୟ ବିରୋଧରେ ଉପର କୋର୍ଟଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି ମାଓ ନେତା ସବ୍ୟସାଚୀ ପଣ୍ଡା।
ସବ୍ୟସାଚୀ ପଣ୍ଡାଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ସମୁଦାୟ ୧୩୫ଟି ମାମଲା ଚାଲୁଥିଲା ବେଳେ ପୂର୍ବରୁ ୫୨ଟି ମାମଲାରେ ସେ ଖଲାସ୍ ହୋଇଥିବା କହିଛନ୍ତି ସବ୍ୟସାଚିଙ୍କ ଓକିଲ। ତେବେ ଅବଶିଷ୍ଟ ମାମଲା ବିଚାରାଧିନ ଥିବାରୁ ସବ୍ୟସାଚୀଙ୍କୁ ପୁଣି ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି।
from Odisha Reporter http://bit.ly/2YzNNVs
No comments:
Post a Comment