ଆମ୍ୱ ଡାଳ ପଡ଼ି ନାବାଳିକାଙ୍କ ମୃତ୍ୟୁ, ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଆମ୍ୱ ଡାଳ ପଡ଼ି ନାବାଳିକାଙ୍କ ମୃତ୍ୟୁ, ୫ ଗୁରୁତର

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କାଳବୈଶାଖୀ ବେଳେ ୬ ଜଣ ପିଲା ତୋଟାରେ ଆମ୍ୱ ଗୋଟାଉ ଥିଲେ। ଏହି ସମୟରେ ଏକ ଆମ୍ୱ ଡାଳ ଭାଙ୍ଗି ସେମାନଙ୍କ ଉପରେ ପଡ଼ିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛି। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳରେ ଘଟିଛି।

ଆଜି ଅପରାହ୍ନରେ କଳାହାଣ୍ଡି ଜିଲ୍ଲାର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହୋଇଥିଲା। ଠିକ ସେତିକି ବେଳେ ଗୋଲାମୁଣ୍ଡା ଥାନା ଘୋଟିଆ ଗାଁର କମ୍ୱୁଲିନି ରଣା ଓ ତାଙ୍କର ୫ ଜଣ ସାଙ୍ଗ ତୋଟାକୁ ଆମ୍ୱ ଗୋଟାଇବାକୁ ଯାଇଥିଲେ। ଆମ୍ୱ ଗୋଟାଇବା ବେଳେ ଗୋଟିଏ ଡାଳ ଭାଙ୍ଗି ସେମାନଙ୍କ ଉପରେ ପଡ଼ିଥିଲା। ଫଳରେ କମ୍ୱୁଲିନିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୫ ଜଣ ସାଙ୍ଗ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଧର୍ମଗଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।



from Odisha Reporter http://bit.ly/2VMNVzf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages