
ପାଟନା: ଜେଲରେ ଥିବା ବିବାଦୀୟ ନେତା ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏତେ ଭାଙ୍ଗିପଡ଼ିଛନ୍ତି ଯେ, ମଧ୍ୟାହ୍ଣ ଭୋଜନ ଖାଇବା ଛାଡ଼ିଦେଇଛନ୍ତି। ଏପରିକି ଅଧିକାଂଶ ସମୟ ସେ ଚୁପ୍ ରହୁଥିବା ଜଣାପଡ଼ିଛି। ୨୦୧୪ ମସିହାରେ ମୋଦି ହାୱା ଥାଇ ମଧ୍ୟ ଆରଜେଡି ୪ଟି ଆସନ ଜିତିପାରିଥିଲା, ଏଥର କିନ୍ତୁ ମୋଦି ସୁନାମିରେ ସବୁ ମୂଳପୋଛ ହୋଇଯାଇଛି।
ସେ ଗତ ୨ରୁ ୩ ଦିନ ହେଲା ତାଙ୍କ ରୁଟିନ୍ ବଦଳାଇଦେଇଛନ୍ତି। ସେ କେବଳ ସକାଳ ଜଳଖିଆ ଖାଉଛନ୍ତି ଏବଂ ରାତ୍ରଭୋଜନ କରୁଛନ୍ତି, କିନ୍ତୁ ମଧ୍ୟାହ୍ଣଭୋଜନ ଛାଡ଼ିଦେଇଛନ୍ତି ବୋଲି ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡାକ୍ତର ଉମେଶ ପ୍ରସାଦ କହିଛନ୍ତି। ସେ ଯେହେତୁ ଖାଦ୍ୟ ଠିକ ସମୟରେ ଖାଉନାହାନ୍ତି, ତାଙ୍କ ଔଷଧର ମାତ୍ରାରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି ବୋଲି ସେ କହିଛନ୍ତି।
ବିଜେପି ନେତୃତ୍ୱାଧୀନ ଏନ୍ଡିଏ ବିହାରର ୪୦ଟି ଆସନରୁ ୩୯ଟି ପୋଛିନେଇଛି। କଂଗ୍ରେସ ମାତ୍ର ଗୋଟିଏରେ ଜିତିଛି। ଅନ୍ୟପକ୍ଷରେ ମହାଗଠବନ୍ଧନ ଚିତ୍ପଟାଙ୍ଗ ମାରିଛି।
from Odisha Reporter http://bit.ly/30NWGNh
No comments:
Post a Comment