
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ସହର ନିକଟରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ପୁରୀ ସହର ସମେତ ପୂରା ଜିଲ୍ଲା ଏବଂ ଭୁବନେଶ୍ୱରରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ସାଙ୍ଗକୁ ଭୟଙ୍କର ପବନ ହେଉଛି। ଏଭଳି ସ୍ଥିତି ଆହୁରି ୪/୫ ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ପୁରୀରେ ଘଣ୍ଟା ପ୍ରତି ୧୭୫ କିମି ବେଗରେ ପବନ ବହୁଥିବା ବେଳେ ଭୁବନେଶ୍ୱରରେ ୧୨୦ କିମି ବେଗରେ ପବନ ବହୁଛି।
ଫୋନି ପ୍ରଭାବରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହିତ ଚାଳ ଓ ଟିଣ ଛପର ଘର ଉଡ଼ି ଯାଇଛି। ପୁରୀ ସହରରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ବି ଗଛ ଉପୁଡ଼ି ଯାଇଛି।
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ବହୁ ଗଛ ଭାଙ୍ଗି ପଡ଼ିଥିବା ସୂଚନା ଆସିଛି। ପୁରୀ ସହରରେ ବି ଅନେକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି।
ଜିଲ୍ଲାର ବ୍ରହ୍ମଗିରିରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି। ପ୍ରବଳପବନ ଯୋଗୁ ଚାଳ ଘରଗୁଡ଼ିକର ଛପର ଉଡ଼ିଯାଇଛି। ଗଛ ମଧ୍ୟ ଉପୁଡ଼ି ରାସ୍ତାରେ ପଡ଼ିଛି।
ଜିଲ୍ଲାର ପିପିଲିରେ ବି ପ୍ରବଳ ବର୍ଷା ସାଙ୍ଗକୁ ପବନ ହେଉଛି। ପବନରେ ଗଛଗୁଡ଼ିକ ରାସ୍ତାରେ ଭାଙ୍ଗିପଡ଼ିଛି।
ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ମଧ୍ୟ ଫୋନିର ପ୍ରଭାବ ଦେଖିବାକୁ ମିଳିଛି। ଲୋକଙ୍କ ଘର ଛପର ଉଡ଼ିଯାଇଛି। ଗାଡ଼ି ଉପରେ ଗଛ ପଡ଼ିଯାଇଛି। ଦୋକାନର ହୋଡ଼ିଂ ମଧ୍ୟ ଉଡ଼ିଯାଇଛି।
ଫୋନିର ମୁକାବିଲା ପାଇଁ ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି। ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଚାଳ ଘର ଓ ପୁରଣା ଘରେ ନ ରହିବା ପାଇଁ ଲୋକଙ୍କୁ ପୂର୍ବରୁ କୁହାଯାଇଥିଲା। ସେହିପରି ପବନ ସମୟରେ ଘରୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2PGnc5Z
No comments:
Post a Comment