ଉଡ଼ି ଯାଉଥିଲେ, ଉଦ୍ଧାର ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 4, 2019

ଉଡ଼ି ଯାଉଥିଲେ, ଉଦ୍ଧାର ହେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦ ବର୍ଷ ପରେ ପୁଣିଥରେ ଆସିଥିଲା ସେଇ ଭୟଙ୍କର ମୂହୁର୍ତ୍ତ। ପାଦେ ଚାଲିବା ପାଇଁ ପାଦ ଥରୁଥିଲା । ପଁ ଫଁ ହୋଇ ଡରାଉଥିଲା ‘ଫୋନି’। ଦୀର୍ଘ ୪ ଘଣ୍ଟାରେ ତାଣ୍ଡବ ରଚାଇଦେଲା ଏହି ପ୍ରଳୟଙ୍କରୀ ବାତ୍ୟା ।

ପ୍ରାୟ ୧୫୦ କିମି ବେଗରେ ପବନ ବହୁଥିଲା ବେଳେ ନିଜ ଜୀବନ ବଞ୍ଚାଇବାକୁ ଲୋକେ ଆଶ୍ରୟ ଖୋଜିଥିଲେ। ଗଛ, ପତ୍ର କଥା ଛାଡ଼ନ୍ତୁ ମଣିଷ ବି ଉଡିବା ପରିସ୍ଥିତିରେ ଥିଲା। ଜୀବନ ବଞ୍ଚାଇବାକୁ କିଏ ଭୂଇଁରେ ବସି ପଡୁଥିଲା ତ କିଏ କାନ୍ଥ, ବାଡ ନ ହେଲେ ଦଉଡିକୁ ଆଶ୍ରା କରୁଥିଲା।

ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଥିଲା କିଛି ଏମିତି। ବସ୍ତିବାସିନ୍ଦାମାନେ ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଧାଇଁ ଆସିଥିଲେ ଓଟଭି କାର୍ଯ୍ୟାଳୟକୁ। ଏକ ଜେସିବି ମେଶିନ୍‌ରେ ରଶି ବାନ୍ଧି ଉଦ୍ଧାର କରାଯାଇଥିଲା ସେମାନଙ୍କୁ। କର୍ମଚାରୀମାନେ ପବନକୁ ଖାତିର ନ କରି ରଶି ଟାଣି ଧରିଥିଲେ। ପାଣିରେ ପାଦ ଖସୁଥିଲେ ବି ଜୀବନ ବଞ୍ଚାଇବାକୁ ସେମାନେ କରିଥିଲେ ଆପ୍ରାଣ ଉଦ୍ୟମ। ଫଳରେ ଫୋନି ମୁହଁରୁ ବତ୍ତିଯାଇଥିଲା ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଜୀବନ।



from Odisha Reporter http://bit.ly/2VDWpg5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages