ବଲିଉଡର ଏଇ ପୂର୍ବତନ ନାୟିକାଙ୍କ ନାମରେ ସ୍ୱାମୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ବଲିଉଡର ଏଇ ପୂର୍ବତନ ନାୟିକାଙ୍କ ନାମରେ ସ୍ୱାମୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ

ମୁମ୍ବାଇ: ‘ଲୈଲା ମଜ୍‌ନୁ’ ଏବଂ ‘ତରାନ୍ନା’ ପରି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ରଞ୍ଜିତା କୌରଙ୍କ ନାମରେ ଅଭିଯୋଗ ଆସିଛି ସେ ତାଙ୍କ ସ୍ୱାମୀ ରାଜ୍‌ ମସନ୍ଦଙ୍କୁ ନିର୍ଯାତନା ଦେଉଛନ୍ତି। ରାଜ୍‌ ଏନେଇ ହେଲ୍ପ ଲାଇନ୍‌ ଯୋଗେ ପୁଣେର କୋରେଗାଓଁ ପାର୍କ ପୁଲିସ୍‌ ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ପତ୍ନୀଙ୍କ ବ୍ୟତୀତ ପୁଅ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି।

ପୁଲିସ୍‌ ରିପୋର୍ଟ ଅନୁଯାୟୀ, ରଞ୍ଜିତା ତାଙ୍କ ସ୍ୱାମୀ ରାଜ୍‌ଙ୍କୁ ନିର୍ଯାତନା ଦେବା ସହ ମାରିଦେବାକୁ ଧମକାଇଛନ୍ତି। ସେ ଅଭିଯୋଗ କରିବା ପରେ ନିର୍ଯାତନାର ମାତ୍ରା ବଢ଼ିଯାଇଥିଲା। ପରେ ପୁଲିସ୍‌ ଦଫା ୩୨୩ ଏବଂ ୫୦୪ରେ ମାମଲା ରୁଜୁ କରିଥିଲା।

ମସନ୍ଦ ଏହାପରେ ୩ ଦିନ ପାଇଁ ପୁନା କ୍ଲବ୍‌ରେ ରହୁଥିଲେ। ତାଙ୍କ ଅଭିଯୋଗ ପରେ ପୁଲିସ୍‌ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ସମନ୍‌ କରିଛି। ରଞ୍ଜିତା ରାଜଶ୍ରୀ ପ୍ରଡକ୍ସନ୍‌ର ଅନେକ ଫିଲ୍ମରେ କାମ କରିଛନ୍ତି। ସେ ରାଜ୍‌ ବବର, ରାଜ୍‌ କିରନ୍‌, ଦୀପକ ପରାଶର ଏବଂ ଅମୋଲ ପାଲେକରଙ୍କ ସହ ନାୟିକା ଭୂମିକାରେ ଅଭିନୟ କରିଛନ୍ତି।



from Odisha Reporter http://bit.ly/30MabwI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages