୭.୫ କୋଟି ଟଙ୍କାର ନକଲି ଭାରତୀୟ ନୋଟ୍‌ ସହ ୩ ପାକିସ୍ତାନୀ ଓ ୨ ନେପାଳ ନାଗରିକ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

୭.୫ କୋଟି ଟଙ୍କାର ନକଲି ଭାରତୀୟ ନୋଟ୍‌ ସହ ୩ ପାକିସ୍ତାନୀ ଓ ୨ ନେପାଳ ନାଗରିକ ଗିରଫ

କାଠମାଣ୍ଡୁ:ନକଲି ଭାରତୀୟ ନୋଟ୍‌ କାରବାର କରୁଥିବା ୩ ଜଣ ପାକିସ୍ତାନୀ ଏବଂ ୨ ଜଣ ନେପାଳ ନାଗରିକଙ୍କୁ ତ୍ରିଭୂବନ ବିମାନ ବନ୍ଦରରୁ ଗିରଫ କରିଛି ନେପାଳ ପୁଲିସ୍‌। ସେମାନଙ୍କ ମଧ୍ୟରେ ଏହି ରାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ୟୁନୁସ୍‌ ମିୟା ଅନ୍‌ସାରୀ ମଧ୍ୟ ଗିରଫ ହୋଇଛି। ସେମାନେ ୭.୫ କୋଟି ଟଙ୍କା ସହ ସୀମା ପାର କରିବା ଅପେକ୍ଷାରେ ଥିଲେ।

ପୁଲିସ୍‌ ସୂଚନା ଅନୁଯାୟୀ, ସେମାନେ କତାରରୁ ଆସିଥିବା ସେମାନଙ୍କ ପାସ୍‌ପୋର୍ଟରୁ ଜଣାପଡ଼ୁଛି, କିନ୍ତୁ ସେମାନେ ପାକିସ୍ତାନରୁ କତାର ଦେଇ ଆସିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ପୁଲିସ୍‌ ସେମାନଙ୍କଠାରୁ ୪ଟି ସୁଟ୍‌କେସ୍‌ ଜବତ କରିଛି। ଏସବୁରେ ଜାଲ ନୋଟ୍‌ ଭର୍ତ୍ତି ହୋଇ ରହିଥିଲା। ଅନ୍‌ସାରୀ ଏବଂ ତା’ର ସହଯୋଗୀ ଏହି ନକଲି ନୋଟ୍‌ ସବୁ ନେବାକୁ ବିମାନ ବନ୍ଦର ଆସିଥିବାବେଳେ ପୁଲିସ୍‌ ସକାଳ ୯.୩୦ ସମୟରେ ସେମାନଙ୍କୁ ଗିରଫ କରିଛି।

ଅନ୍‌ସାରୀ ପୂର୍ବରୁ ମଧ୍ୟ ସମାନ ମାମଲାରେ ଗିରଫ ହୋଇ ଜେଲ ଯାଇସାରିଛି। ତା’ର ଅଣ୍ଡରଗ୍ରାଉଣ୍ଡ ଲୋକଙ୍କ ସହ ବିଶେଷ କରି ଜାଲ ନୋଟ୍‌ କାରବାର ସହ ଜଡ଼ିତ ପାକିସ୍ତାନୀଙ୍କ ସହ ସମ୍ପର୍କ ରହିଛି। ଅନ୍ୟମାନଙ୍କ ମଧ୍ୟରେ ସୋପାଲ ଖାନ୍‌ ଏବଂ ସୁଜାନ୍‌ ରାଣାଭଟ୍ଟ ନେପାଳ ନାଗରିକ ହୋଇଥିବାବେଳେ ମହମ୍ମଦ ଅଖତାର ନସୀରୁଦ୍ଦିନ୍‌ ଏବଂ ନାଜିଆ ଅନୁୱାର ପାକିସ୍ତାନୀ ବୋଲି ପୁଲିସ୍‌ କହିଛି।



from Odisha Reporter http://bit.ly/2JCgoWG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages