ଶେଷ ମ୍ୟାଚରେ ହାରିଲା ଭାରତୀୟ ମହିଳା ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଶେଷ ମ୍ୟାଚରେ ହାରିଲା ଭାରତୀୟ ମହିଳା ଟିମ୍

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ହକି ଟିମ୍ ତୃତୀୟ ତଥା ଶେଷ ମ୍ୟାଚରେ ଆୟୋଜକ ଟିମଠାରୁ ୦-୪ ଗୋଲରେ ପରାସ୍ତ ହୋଇଛି। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବଜା କରିସାରିଥିବା ଭାରତୀୟ ମହିଳା ଟିମ୍ ତୃତୀୟ ମୁକାବିଲାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା।

ଉକ୍ତ ମ୍ୟାଚରେ କୋରିଆ ଭାରତ ଉପରେ ଆରମ୍ଭରୁ ଆକ୍ରମଣ କରିଥିଲା। କିନ୍ତୁ ପ୍ରଥମ କ୍ୱାର୍ଟରରେ ଘରୋଇ ଟିମ୍ ଗୋଲ୍ ଦେବାରେ ସଫଳ ହୋଇନଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରର ଅନ୍ତିମ ତଥା ମ୍ୟାଚର ୨୯ତମ ମିନିଟରେ ହିସୁନ୍ କୋରିଆ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା କୋରିଆ ୧-୦ ଗୋଲରେ ଆଗୁଆ ଥିଲା।

ଦ୍ୱିତୀୟାର୍ଦ୍ଧରେ କୋରିଆର ଆକ୍ରମଣର ଜବାବ ଭାରତ ପାଖରେ ନଥିଲା । ତୃତୀୟ କ୍ୱାର୍ଟରର ଏକାଦଶ ମିନିଟରେ କୋରିଆ ଲଗାତାର ଦୁଇଟି ଗୋଲ୍ ଦେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ମ୍ୟାଚର ୪୧ତମ ମିନିଟରେ ହ୍ୟୁନଜି ଓ ଜିନା ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ । ଚତୁର୍ଥ କ୍ୱାର୍ଟରର ଅଷ୍ଟମ ତଥା ମ୍ୟାଚର ୫୩ତମ ମିନିଟରେ ୟୁରି କୋରିଆ ପାଇଁ ଚତୁର୍ଥ ଗୋଲ୍ ସ୍କୋର କରିଥିଲେ। ଏହିପରି ଭାବେ କୋରିଆ ମ୍ୟାଚକୁ ୪-୦ ଗୋଲରେ ଏକତରଫା ଭାବେ ଜିତି ନେଇଥିଲା।



from Odisha Reporter http://bit.ly/2K0DFkB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages