
ନ୍ୟୁପୋର୍ଟ: ଭାରତୀୟ ଟେଷ୍ଟ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଇଂଲିଶ କାଉଣ୍ଟିରେ ସ୍ମରଣୀୟ ପଦାର୍ପଣ କରିଛନ୍ତି। ହାମ୍ପଶାୟର ପକ୍ଷରୁ ଖେଳୁଥିବା ରାହାଣେ ନଟ୍ଟିଂହାମଶାୟର୍ ବିପକ୍ଷ ଡିଭିଜନ୍ ୱାନ୍ ମ୍ୟାଚରେ ଶତକ ମାରିଛନ୍ତି।
କାଉଣ୍ଟି କ୍ରିକେଟରେ ପଦାର୍ପଣ ମ୍ୟାଚରେ ଶତକ ମାରିବାରେ ରାହାଣେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ପୂର୍ବରୁ ପୀୟୂଷ ଚାୱଲା ସସେକ୍ସ ପକ୍ଷରୁ ୱର୍ସେଷ୍ଟରଶାୟର୍ ଏବଂ ମୁରଲୀ ବିଜୟ ଏସେକ୍ସ ପକ୍ଷରୁ ନଟ୍ଟିଂହାମଶାୟର୍ ବିପକ୍ଷରେ ଏହି କାରନାମା କରିଥିଲେ।
ପ୍ରଥମ ଇନିଂସରେ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିବା ରାହାଣେ ଦ୍ୱିତୀୟ ଇନିଂସରେ ୧୯୭ ବଲରେ ୧୪ ଚୌକା ସହ ୧୧୯ ରନ୍ କରିଛନ୍ତି। ସେ ତୃତୀୟ ୱିକେଟ୍ ପାଇଁ ସ୍ୟାମ୍ ନର୍ଥଇଷ୍ଟଙ୍କ ସହ ମିଶି ୨୫୭ ରନର ଭାଗୀଦାରୀ କରିଥିଲେ। ନର୍ଥଇଷ୍ଟ ୧୩୩ ରନ୍ କରି ଆଉଟ୍ ହୋଇଥିଲେ।
ରାହାଣେଙ୍କୁ ମାଥ୍ୟୁ କାର୍ଟର କ୍ଲିନ୍ ବୋଲ୍ଡ କରିଥିଲେ। ରାହାଣେଙ୍କ ଏହା ୩୦ତମ ପ୍ରଥମଶ୍ରେଣୀ ଶତକ। ରାହାଣେଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଯଥାକ୍ରମେ ୟର୍କଶାୟର ଓ ନଟ୍ଟିଂହାମଶାୟର ପକ୍ଷରୁ ଖେଳିବେ।
from Odisha Reporter http://bit.ly/2VZ0FHV
No comments:
Post a Comment