
ନୂଆଦିଲ୍ଲୀ: ପୁଣିଥରେ ଦେଶରେ ବିଜେପି ସରକାର ଗଠନ କରିବ। ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ପୁଣିଥରେ କ୍ଷମତା ଦଖଲ କରିବେ। ଚୂଡ଼ାନ୍ତ ଫଳଫଳ ଆସିବା ପୂର୍ବରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଟ୍ୱିଟ୍ ଏବଂ ଚିଠି ଲେଖି ମୋଦିଙ୍କୁ ଶୁଭେଚ୍ଛା ଜଣାଇବାରେ ବ୍ୟସ୍ତ ରହିଛନ୍ତି। ଏହି କ୍ରମରେ ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ମଧ୍ୟ ମୋଦିଙ୍କ ଏହି ବିଶାଳ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ପୁଲୱାମା ଓ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହା ସତ୍ତ୍ୱେ ମୋଦି ଓ ବିଜେପିର ବିଜୟ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶୁଭେଚ୍ଛା ଜଣାଇଛନ୍ତି।
ସେ କହିଛନ୍ତି, “ବିଜେପି ଓ ତାଙ୍କ ସହଯୋଗୀ ଦଳ ମାନଙ୍କ ଐତିହାସିକ ସଫଳତା ପାଇଁ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଉଛି। ଆଶା କରୁଛି ତାଙ୍କ ସହ ମିଶି ଆମେ ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନ ସହ ବିକାଶ କରିପାରିବୁ।” ଏହାପୂର୍ବରୁ ଆଫ୍ଗାନ୍ ରାଷ୍ଟ୍ରପତି ମଧ୍ୟ ମୋଦିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ।
from Odisha Reporter http://bit.ly/2HxAcZ2
No comments:
Post a Comment