କହୁ କହୁ କାନ୍ଦି ପକାଇଲେ ବିଦ୍ୟା, ହେଲେ କାହିଁକି ଜାଣନ୍ତି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

କହୁ କହୁ କାନ୍ଦି ପକାଇଲେ ବିଦ୍ୟା, ହେଲେ କାହିଁକି ଜାଣନ୍ତି…

ମୁମ୍ୱାଇ: ଫିଲ୍ମି ବ୍ୟାକ୍‌ ଗ୍ରାଉଣ୍ଡରୁ ନ ଆସି ମଧ୍ୟ  ବିଦ୍ୟା ବଲାନ ନିଜ ଅଭିନୟ ଦକ୍ଷତା ଯୋଗୁ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି। ନିଜ କ୍ୟାରିଅର ଭିତରେ ସେ ବହୁତ ହିଟ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି। ପ୍ଲସ୍‌ ସାଇଜ୍‌ ହୋଇଥିବା ସତ୍ତ୍ୱେ ସେ ହିରୋଇନ ରେସ୍‌ରେ ପଛରେ ପଡିଯାଇ ନାହାନ୍ତି। ଏହାସତ୍ତ୍ୱେ ତାଙ୍କୁ ‘ବଡି ଶେମିଙ୍ଗ’ର ଶିକାର ହେବାକୁ ପଡିଥିବା କଥା ସ୍ୱୀକାର କରିଛନ୍ତି।

ଆଜିକାଲି ହିରୋଇନଙ୍କ ମଧ୍ୟରେ ନିଜକୁ ସ୍ଲିମ୍‌, ଫିଟ୍‌ ରଖିବା ସହ ‘ଜିରୋ ସାଇଜ’ ହେବା ନିମନ୍ତେ ଏକ ପ୍ରକାର ଦୌଡ ଚାଲିଛି। ହେଲେ ଏପରି ରେସ୍‌ରେ ପଛରେ ପଡି ଯାଇଛନ୍ତି ବିଦ୍ୟା। ନିଜ ଶାରୀରିକ ଗଠନ ହେତୁ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ‘ବଡ଼ି ଶେମିଙ୍ଗ’ ପରି ସମସ୍ୟାର ସମ୍ମୁଖୀନ କିପରି ହେଉଛନ୍ତି, ସେ ବିଷୟରେ କହିବା ସହ କାନ୍ଦି ପଡିଛନ୍ତି।

କିଛି ଦିନ ପୂର୍ବେ ବିଦ୍ୟା ବିଗ୍‌ ଏଫଏମ୍‌ ରେଡିଓ ନିମନ୍ତେ ଏକ ପ୍ରୋଗ୍ରାମ ଶୁଟିଂ କରିଥିଲେ। ବିଗ୍‌ ଏଫଏମ୍‌ର ୟୁଟ୍ୟୁବ୍‌ ଚ୍ୟାନେଲରେ ବିଦ୍ୟାଙ୍କ ଏହି ଭିଡ଼ିଓ ଅପଲୋଡ କରାଯାଇଛି। ଏହି ଭିଡ଼ିଓର ନାମ ରହିଛି ‘Let’s Talk About Body Shaming’ ( ଚାଲନ୍ତୁ ବଡି ଶେମିଙ୍ଗ ଉପରେ କଥା ହେବା)। ବିଦ୍ୟାଙ୍କ ମୁତାବକ, ବଲିଉଡ଼ ଗୀତରେ ମଧ୍ୟ ଏପରି କଦର୍ଯ୍ୟ ମାନସିକତାର ଝଲକ ଦେଖିବାକୁ ମିଳେ।

ଭିଡ଼ିଓର ଶେଷ ଭାଗରେ କୁହାଯାଇଛି, କାହାର ଶରୀର କି ଆଖିର ସାଇଜ ଅଥବା ରଙ୍ଗ ଓ ଅଙ୍ଗ ଉପରେ ମଜା ଉଡାଇବା ଉଚିତ ନୁହେଁ। ଆପଣ ଅନୁମାନ ବି ଲଗାଇ ପାରିବେ ନାହିଁ ଏପରି କରିବା ଦ୍ୱାରା କିପରି ଜଣେ ବ୍ୟକ୍ତିର ଆତ୍ମବିଶ୍ୱାସ ହଜି ଯାଇଥାଏ। ଦୁନିଆରେ ସବୁ ବ୍ୟକ୍ତିଙ୍କର ରହିଛି ସ୍ୱତନ୍ତ୍ର ପରିଚୟ। ତେଣୁ କାହାର ମଜା ଉଡାଇବା ଅର୍ଥ ତାଙ୍କ ବ୍ୟକ୍ତିତ୍ୱ ଉପରେ କୁଠାରଘାତ କରିବା, ତାଙ୍କୁ ଚିଡାଇବା ପରି କଥା କହିବା। ଏପରି କରିବା ଉଚିତ ନୁହେଁ।

ବିଦ୍ୟା ବଲାନ ଫିଲ୍ମ ଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ଓଜନ ହ୍ରାସ୍‌ କରିବା ଲାଗି ପ୍ରଥମେ ମୁଁ ବହୁତ ଭୋକିଲା ରହୁଥିଲି। ଜିମ୍‌ରେ ବହୁତ ଝାଳ ବୁହାଇବା ସହ ଏକ୍ସରସାଇଜ ମଧ୍ୟ କରିବା ଆରମ୍ଭ କରି ଦେଇଥିଲି। କିନ୍ତୁ ଏହାଦ୍ୱାରା କିଛି ଦିନ ଲାଗି ଓଜନ ହ୍ରାସ ହେଉଥିଲେ ମଧ୍ୟ ପୁଣି ଥରେ ତାହା ବଢିବା ଆରମ୍ଭ ହୋଇଯାଏ। ତେଣୁ ଓଜନ ବଢିବା, କମିବା ଓ ପୁଣି ବଢିବା ଏକ ନିୟମିତ ଧାରାରେ ପରିଣତ ହୋଇ ଯାଇଥିଲା।

ଏଥିରେ ବିରକ୍ତ ହୋଇ ମୁଁ ନିଜ ଶରୀର ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେଲି। ଆଉ ଓଜନ କମାଇବା ଉପରେ ଧ୍ୟାନ କେନ୍ଦ୍ରିତ ନ କରି ନିଜ କାମରେ ମନୋନିବେଶ କଲି। ବିଦ୍ୟା ଏହା ମଧ୍ୟ କହିଲେ ଯେ, ୪୦ ବର୍ଷ ପରେ ମହିଳାମାନେ ନିଜ  ଓଜନକୁ ନେଇ ବେଶି ଆଉ ଚିନ୍ତିତ ହୁଅନ୍ତି ନାହିଁ।

ୱର୍କଫ୍ରଣ୍ଟ କଥା କହିଲେ, ବିଦ୍ୟା ଆନ୍ଧ୍ର ପ୍ରଦେଶର ପୂର୍ବ ସିଏମ୍‌ତଥା ଆକ୍ଟର ଏନ.ଟି.ରାମାରାଓଙ୍କ ବିୟୋପିକ୍‌ରେ ନଜର ଆସିବେ। ଏହାବ୍ୟତୀତ ଅକ୍ଷୟ କୁମାରଙ୍କ ସହ ତାଙ୍କର ‘ମିଶନ ମଙ୍ଗଲ’ ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ୍‌ ହେବ।  ଅପରପକ୍ଷେ ‘ପିଙ୍କ୍‌’’ ଫିଲ୍ମର ତାମିଲ ଭର୍ସନରେ ବି ସେ ଅଭିନୟ କରିବେ ବୋଲି ଜଣାଯାଇଛି।

 



from Odisha Reporter http://bit.ly/2XhF0r0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages