ପୁଣି ଦାଦନ ଦୁଃଖ : ଦୁବାଇରେ ଫସିଛନ୍ତି ୧୦ଦାଦନ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ପୁଣି ଦାଦନ ଦୁଃଖ : ଦୁବାଇରେ ଫସିଛନ୍ତି ୧୦ଦାଦନ ଶ୍ରମିକ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୁଣି ସାମନାକୁ ଆସିଲା ଦାଦନ ଦୁଃଖ। ପରିବାର ପୋଷଣ ପାଇଁ ଯାଇ ଦୁବାଇରେ ଫସି ରହିଛନ୍ତି ନୟାଗଡ଼ ଜିଲ୍ଲାର ୧୦ଦାଦନ ଶ୍ରମିକ। ଦୀର୍ଘ, ଏଗାରମାସ ହେଲା ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକେ ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି।

ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା କୁରୁଡାଙ୍ଗିର ୨ ଜଣ ଶ୍ରମିକ  ପ୍ରକାଶ ମହାରଣା ଓ ଗୁମାନ ମହାରଣାଙ୍କୁ ଦଲାଲ ଅନିଲ ସ୍ୱାଇଁ ଅନ୍ୟ ଅଞ୍ଚଳର ୮ ଶ୍ରମିକଙ୍କ ସହ ଦୁବାଇ ନେଇ ଚାକିରି କରାଇ ଦେଇଥିଲେ। ମାସିକ ୩୫ ହଜାର ଟଙ୍କା ଦେବାକୁ କଥା ହୋଇଥିଲା। ହେଲେ ଦରମା ଦେବା ବଦଳରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ପାଖରେ ପଇସା ନ ଥିବାରୁ ଘରକୁ ଫେରି ପାରୁନାହାନ୍ତି ଏହି ଶ୍ରମିକ।

ସେମାନଙ୍କୁ ଉଦ୍ଧାର କରିବା ଲାଗି  ଶ୍ରମିକମାନେ ‌ଆକୁଳ ନିବେଦନ କରି ଏକ ଭିଡିଓ ସୋଶାଲ୍ ମିଡିଆରେ ଛାଡ଼ିଛନ୍ତି। ଏହି ଭିଡିଓ ଦେଖି ପରିବାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ଶ୍ରମିକଙ୍କ ସଂପର୍କୀୟ କହିଛନ୍ତି,“ ପିଲାମାନଙ୍କୁ ମାସିକ ୩୫ ହଜାର ଟଙ୍କା ମିଳିବ ବୋଲି ଦଲାଲ କହି ନେଇଥିଲା। ହେଲେ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ଖାଇବାକୁ ଦିଆଯାଉ ନାହିଁ। ଦରମା ବି ମିଳୁନାହିଁ। ମାସେ ହେଲା ପିଲାମାନେ ଘରକୁ ଫୋନ୍ କରି ନାହାନ୍ତି।”



from Odisha Reporter http://bit.ly/2JJLZWs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages