
ଥିରୁଭନନ୍ତପୁରମ୍: ୧୫ଜଣ ଆଇଏଏସ୍ ଆତଙ୍କବାଦୀ ଏକ ଡଙ୍ଗାରେ ଶ୍ରୀଲଙ୍କାରୁ ଲାକ୍ଷାଦ୍ୱୀପ ଆଡ଼କୁ ଯାଉଥିବା ନେଇ ଗୁଇନ୍ଦା ସୂଚନା ପରେ କେରଳ ଉପକୂଳରେ ହାଇ ଆଲର୍ଟ ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟତଃ ସମୁଦ୍ରକୂଳ ଥାନା ଏବଂ ସମୁଦ୍ରକୂଳ ଜିଲ୍ଲା ପୁଲିସ୍ ମୁଖ୍ୟଙ୍କୁ ସତର୍କ ରହିବାକୁ କୁହାଯାଇଛି।
ପୁଲିସ୍ ସୂତ୍ରରୁ କୁହାଯାଇଛି, ଏଭଳି ଆଲର୍ଟ ସବୁବେଳେ ରହିଥାଏ, କିନ୍ତୁ ଏବେ ଆମେ ନିର୍ଦ୍ଦିଷ୍ଟ ସଂଖ୍ୟା ବାବଦରେ ସୂଚନା ପାଇଛୁ। କୌଣସି ସନ୍ଦେହଜନକ ଜାହାଜ ବା ଡଙ୍ଗା ପ୍ରତି ତୀକ୍ଷ୍ଣ ନଗର ରଖିବାକୁ ସମୁଦ୍ରକୂଳ ଥାନାମାନଙ୍କୁ କୁହାଯାଇସାରିଛି। ମେ ୨୩ରେ ପ୍ରଥମେ ଏନେଇ ଶ୍ରୀଲଙ୍କାରୁ ସତର୍କ ସୂଚନା ଆସିଥିଲା।
ଉପକୂଳ ପୁଲିସ୍ ବିଭାଗ ପକ୍ଷରୁ କୁହାଯାଇଛି, ଆମେ ଶ୍ରୀଲଙ୍କା ଆତଙ୍କବାଦୀ ହମ୍ଲା ପରେ ସତର୍କ ଅଛୁ। ଆମେ ମାଛମରା ଜାହାଜ ଏବଂ ଅନ୍ୟ ଜାହାଜଙ୍କୁ ସତର୍କବାଣୀ ଦେଇସାରିଛୁ। କୌଣସି ସନ୍ଦେହଜନକ ଜାହାଜ ଦେଖିଲେ ସେଥିପ୍ରତି ସତର୍କ ରହିବାକୁ ଏବଂ ତୁରନ୍ତ ସୂଚନା ଦେବାକୁ ଜଣାଇଛୁ।
ଗୁଇନ୍ଦା ପକ୍ଷରୁ କୁହାଯାଇଛି, ଇରାକ୍ ଏବଂ ସିରିଆରୁ ଆଇଏସ୍ ମୂଳପୋଛ ହୋଇସାରିଥିଲେ ମଧ୍ୟ ଶ୍ରୀଲଙ୍କାର ବୃହତ୍ ସଂଖ୍ୟାରେ ଆତଙ୍କବାଦୀ ଏବେମଧ୍ୟ ଆଇଏସ୍ ସହିତ ସମ୍ପର୍କରେ ଅଛନ୍ତି। ଗତ ମାସ ୨୧ ତାରିଖ ଇଷ୍ଟର ରବିବାରରେ ସିରିଜ୍ ବିସ୍ଫୋରଣ କରିଥିଲା ଆଇଏସ୍ ଆତଙ୍କବାଦୀ ସଂଗଠନ। ଏଥିରେ ୨୫୦ ଲୋକ ପ୍ରାଣ ହରାଇଥିଲେ।
from Odisha Reporter http://bit.ly/2WxLZz7
No comments:
Post a Comment