ଅଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଅଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ

ସାଉଥାମ୍ପଟନ୍: ବିଶ୍ୱକପ୍ ପୂର୍ବରୁ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ୍ ଅଭ୍ୟାସ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍ ଜବରଦସ୍ତ ଫର୍ମରେ ଥିବା ଇଂଲଣ୍ଡକୁ ୧୨ ରନରେ ପରାସ୍ତ କରି ଦମଦାର ଆରମ୍ଭ କରିଛି।

ସାଉଥାମ୍ପଟନରେ ଖେଳାଯାଇଥିବା ଏହି ମୁକାବିଲାରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥ (୧୧୬)ଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୯୭ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୫ ରନ୍ କରି ଅଲଆଉଟ୍ ହୋଇଥିଲା।

ଅଷ୍ଟ୍ରେଲିଆର ଆରମ୍ଭ ଖରାପ ରହିଥିଲା ଏବଂ ଅଧିନାୟକ ଆରୋନ୍ ଫିଞ୍ଚ୍ ମାତ୍ର ୧୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଏହା ପରେ ଡେଭିଡ୍ ୱାର୍ଣ୍ଣର୍ (୪୩) ଓ ଶନ୍ ମାର୍ଶ (୩୦) ସ୍ଥିତି ସମ୍ଭ।ଳିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୬୪ ରନ୍ ଯୋଡ଼ିଥିଲେ। ୱାର୍ଣ୍ଣରଙ୍କ ଆଉଟ୍ ହେବା ପରେ ଏହି ଯୋଡ଼ି ଭାଙ୍ଗି ଯାଇଥିଲା।

ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ସ୍ମିଥ୍ ସକାରାତ୍ମକ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କ ଉପରେ ଚାପ ପକାଇଥିଲେ। ଗୋଟିଏ ପଟେ ସ୍ମିଥ୍ ନିଜର ସ୍ୱାଭାବିକ ଖେଳ ଜାରି ରଖିଥିବା ବେଳେ ଅନ୍ୟପଟୁ ତାଙ୍କୁ ଭଲ ସହଯୋଗ ମଧ୍ୟ ମିଳିଥିଲା। ସ୍ମିଥ୍ ଲମ୍ବା ସମୟ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରି ଦମଦାର ଶତକ ମାରି ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। ସ୍ମିଥ୍ ନିଜ ଇନିଂସରେ ୮ ଚୌକା ଓ ୩ ଛକା ମାରିଥିଲେ। ଇଂଲଣ୍ଡ ପକ୍ଷରୁ ଲିଆମ୍ ପ୍ଲଙ୍କେଟ୍ ୪ଟି ୱିକେଟ୍ ହାସଲ କରିଥିଲେ।

ଜବରଦସ୍ତ ଫର୍ମରେ ଥିବା ଇଂଲିଶ ବ୍ୟାଟ୍ସମ୍ୟାନ୍ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିନେବେ ବୋଲି ଲାଗୁଥିଲା। କିନ୍ତୁ ଅଷ୍ଟ୍ରେଲୀୟ ଜେସନ୍ ବେହରେନଡର୍ଫ ଓ କେନ୍ ରିଚାର୍ଡସନ୍ ଆରମ୍ଭରୁ ୱିକେଟ୍ ନେଇ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହା ପରେ ଜେମ୍ସ ଭିନ୍ସ ଓ ଅଧିନାୟକ ବଟଲର ଇନିଂସ୍ ସମ୍ଭାଳିଥିଲେ ଏବଂ ଟିମର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ।

ଏକ ସମୟରେ ଲାଗୁଥିଲା ଘରୋଇ ଟିମ୍ ସହଜରେ ମ୍ୟାଚକୁ ଜିତିନେବ, କିନ୍ତୁ ବଟଲରଙ୍କ ଆଉଟ୍ ହେବା ପରେ ଇଂଲଣ୍ଡ ଟିମ୍ ତାଶ ଘର ଭଳି ଭୁଶୁଡିଯାଇଥିଲା। ବଟଲର ୩୧ ବଲରେ ୫ ଚୌକା ଓ ୩ ଛକା ସହ ଦ୍ରୁତ ୫୨ ଓ ଭିନ୍ସ ୬୪ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେସନ୍ ରୟ (୩୨), ଜନ୍ନି ବେୟାରଷ୍ଟୋ (୧୨), ବେନ୍ ଷ୍ଟୋକ୍ସ (୨୦), ମୋଇନ୍ ଅଲୀ (୨୨), କ୍ରିସ୍ ଓକ୍ସ (୪୦) ଓ ଲିଆମ୍ ପ୍ଲଙ୍କେଟ୍ (୧୯) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବେହରେନଡର୍ଫ ଓ ରିଚାର୍ଡସନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2K5GK2X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages