
କଟକ(ଓଡ଼ିଶା ରିପୋର୍ଟର): ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୁଲିସ୍ର ସ୍ପେଶାଲ୍ ସ୍କ୍ୱାଡ୍ ଗୁଜରାଟରୁ ତାଙ୍କୁ ଗିରଫ କରିଛି। ସେ କଟକ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଏକ ଭଡ଼ାଘରେ ରହି ମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାପଡ଼ିଛି।
ଅଭିଯୁକ୍ତ ଅନୁଭବଙ୍କୁ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇଥିବା ନେଇ ଗତମାସରେ କଟକ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଅନୁଭବଙ୍କୁ ହ୍ୱାଟ୍ସଆପ୍ରେ ମେସେଜ୍ କରି ୧୦ ଲକ୍ଷ ଟଙ୍କା ମାଗି ଥିଲେ। ଟଙ୍କା ନ ଦେଲେ ତାଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ।
ସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କୁ ଏଥର ସାଧାରଣ ନିର୍ବାଚନରେ ବିଜେଡି କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ କରିଛି।
from Odisha Reporter http://bit.ly/2VO3lrN
No comments:
Post a Comment