ମଲାଇକାଙ୍କୁ ବିବାହ କରିବେକି ଅର୍ଜୁନ କପୁର୍ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ମଲାଇକାଙ୍କୁ ବିବାହ କରିବେକି ଅର୍ଜୁନ କପୁର୍ ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ମୋଷ୍ଟ ପ୍ରିଫରେବଲ୍‌ ଆଇଟମ୍‌ ଡାନ୍ସର ମଲାଇକା ଅରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏଭଳିକି ଉଭୟଙ୍କ ବାହାଘରକୁ ନେଇ ମଧ୍ୟ ସୋଶାଲ୍‌ ମିଡିଆରେ ଅନେକ ଗୁଜବ ପ୍ରସାର ହେଉଛି। ଏଣ୍ଟରଟେନ୍‌ମେଣ୍ଟ୍ ୱର୍ଲ୍ଡରେ ଯେତେ ଚାପା ଗୁଞ୍ଜରଣ ହେଲେ ମଧ୍ୟ ଉଭୟ ଏହାକୁ ନେଇ କେବେ ମୁହଁ ଖୋଲୁନାହାନ୍ତି।

କିନ୍ତୁ ନିକଟରେ କ୍ଷାତନାମା ନ୍ୟୁଜ୍‌ ଏଜେନ୍ସି ଆଇଏଏନ୍‌ଏସ୍‌ ଯେତେବେଳେ ଅର୍ଜୁନଙ୍କୁ ତାଙ୍କ ବିବାହ ସମ୍ପର୍କରେ ପ୍ରଶ୍ନ କରିଥିଲା ସେତେବେଳେ ଅର୍ଜୁନ ବେଶ୍ ସହଜ ଢଙ୍ଗରେ ଉତ୍ତର ଦେଇଥିଲେ। ଯେଉଁଥିରୁକି ବେଶ୍ କିଛି ଉତ୍ତର ମିଳୁଥିବା ବେଳେ କିଛି ଉତ୍ତର ଅଛପା ବି ରହିଯାଉଥିଲା।

ଅର୍ଜୁନ କନଫିଡେଣ୍ଟ୍ ସହ କହିଥିଲେ, ମୋ ବିବାହକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ। କାରଣ ମୋ ସାଙ୍ଗ ମାନେ ବିବାହ କରିସାରିଲେଣି। ଏଥିପାଇଁ ସେମାନଙ୍କୁ ଲାଗୁଛି ଯେ, ମୁଁ ବି ବିବାହ କରିନେବା ଉଚିତ। ଆଉ ମତେ ବିବାହ ବିଷୟରେ ପଚାରିବା କୌଣସି ବଡ଼ କଥା ନୁହେଁ।

ଏଠାରେ ଆମେ ଆପଣଙ୍କୁ ଜଣାଇବାକୁ ଚାହଁଛୁ ଯେ, ପ୍ରଥମ ଦିନରୁ ହିଁ ଅର୍ଜୁନ, ମଲାଇକାଙ୍କ ସହ ସମ୍ପର୍କକୁ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲେ। ହେଲେ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ହୋଟେଲ୍, ରେଷ୍ଟୁରାଣ୍ଟ୍ ଏବଂ ଏୟାରପୋର୍ଟ ଭଳି ସ୍ଥାନରେ ଉଭୟଙ୍କ ଯୁବଳବନ୍ଦି ଫଟୋ ସୋଶାଲ୍ ମିଡିଆ ସାଇଟ୍‌ରେ ଦେଖିବାକୁ ମିଳୁଛି।

କିନ୍ତୁ କଥା ଛଳରେ ମଲାଇକାଙ୍କ ସମ୍ପର୍କିତ ପ୍ରଶ୍ନକୁ ଏଡ଼ିଯାଇ ଅର୍ଜୁନ କହିଥିଲେ, ମୁଁ ମୋ ଜୀବନରେ ବହୁତ ଖୁସି ଅଛି। ପୂର୍ବରୁ ମୁଁ କିଛି ବି ଲୁଚାଇ ରଖିନାହିଁ। ଯେତେବେଳେ କିଛି କହିବାର ଥିବ ସେତେବେଳେ ମୁଁ ନିହାତି କହିଦେବି।

ତେବେ ବଲିଉଡ୍ ଜଗତର ଏହି ୩୩ ବର୍ଷିୟ ଷ୍ଟାର୍ ରାଜକୁମାର ଗୁପ୍ତାଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ୍‌’ରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ୨୪ ମେ’ରେ ରିଲିଜ୍‌ ହେବାକୁ ଯାଉଛି।

 

 



from Odisha Reporter http://bit.ly/2EerMUf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages