ଆଜମଗଡ଼ରେ ଅଖିଲେଶ ଆଗୁଆ, ୧ ଲକ୍ଷ ଭୋଟ୍‌ ପଛରେ ଉର୍ମିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ଆଜମଗଡ଼ରେ ଅଖିଲେଶ ଆଗୁଆ, ୧ ଲକ୍ଷ ଭୋଟ୍‌ ପଛରେ ଉର୍ମିଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଜମଗଡ଼ ଲୋକସଭା ଆସନରୁ ଚଳିତ ବର୍ଷ ପ୍ରଥମଥର ପାଇଁ ସପା ମୁଖ୍ୟ ଅଖିଲେଶ ଯାଦବ ନିର୍ବାଚନ ଲଢ଼ୁଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଅଖିଲେଶ ଏହି ଆସନରେ ୫୨,୦୦୯ ଖଣ୍ଡ ଭୋଟ୍‌ରେ ଆଗରେ ରହିଛନ୍ତି।

ବିଜେପି ଏଠାରେ ଅଖିଲେଶଙ୍କ ବିରୋଧରେ ଦୀନେଶ ଲାଲ ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ଅଖିଲେଶଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହାନ୍ତି।

ଅନ୍ୟପକ୍ଷରେ ବିଜେପି ନେତା ମାନେକା ଗାନ୍ଧି ବିଏସ୍‌ପି ପ୍ରାର୍ଥୀ ଚନ୍ଦ୍ରା ଭଦ୍ରା ସିଂହଙ୍କ ଠାରୁ ମାତ୍ର ୩୭୬ ଖଣ୍ଡ ଭୋଟ୍‌ରେ ଆଗରେ ରହିଛନ୍ତି।  ବିହାରର ପାଟଳିପୁତ୍ର ଆସନରେ ବିଜେପିର ରାମକ୍ରିପାଲ ଯାଦବଙ୍କ ଠାରୁ ଆରଜେଡି ନେତ୍ରି ମିଶା ଭାରତୀ ୪ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି। ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ହାଇଦ୍ରାବାଦ ଆସନରେ ୮୫ ହଜାର ଭୋଟ୍‌ରେ ଲିଡ୍‌ କରୁଛନ୍ତି।

କଂଗ୍ରେସର ଉର୍ମିଲା ମାତୋଣ୍ଡକର ବିଜେପି ପ୍ରାର୍ଥୀ ଗୋପାଲ ସେଠୀଙ୍କ ଠାରୁ ୧.୦୩ ଲକ୍ଷ ଭୋଟ୍‌ରେ ପଛରେ ରହିଛନ୍ତି। ଗୋପାଲ ୨.୮୩ ଲକ୍ଷ ଭୋଟ ପାଇଛନ୍ତି।



from Odisha Reporter http://bit.ly/2JYQ4FJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages