ଜଣେ ଅପରାଜିତା ଆଗରେ, ଆଉ ଜଣେ ପଛରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ଜଣେ ଅପରାଜିତା ଆଗରେ, ଆଉ ଜଣେ ପଛରେ

aparajita

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ଉଭୟରେ ବିଜେଡି ଆଗରେ ଥିବା ବେଳେ ଲୋକସଭାରେ ବିଜେପି ୭ଟି ଆସନରେ ଆଗୁଆ ରହିଛି। ବିଜେଡି ୧୪ଟି ଆସନରେ ଆଗୁଆ ରହିଛି। ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୧୦୭ ଆସନରେ ଆଗରେ ରହିଥିବା ବେଳେ ବିଜେପି ୨୬ ଆସନରେ ଆଗରେ ରହିଛି।

ରାଜଧାନୀ ଭୁବନେଶ୍ୱରରେ ଲୋକସଭା ଆସନ ପାଇଁ ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ତେବେ ଗଣତି ଆରମ୍ଭରୁ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ଆଗୁଆ ରହିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ପୂର୍ବତନ ଆଇପିଏସ୍‌ ଅରୂପ ପଟ୍ଟନାୟକ ପଛରେ ଅଛନ୍ତି।
ଭୁବନେଶ୍ୱର ଉତ୍ତର ବିଧାନସଭା ଆସନର ବିଜେପି ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ପଛରେ ରହିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ଆଗୁଆ ଅଛନ୍ତି। ସେହିପରି ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଆଗୁଆ ରହିଛନ୍ତି।



from Odisha Reporter http://bit.ly/2K0UziX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages