ପୁରୀ(ମଧୁସୂଦନ ମିଶ୍ର): ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତସେବା ଚାଲିଛି। ଅଣସର ପଞ୍ଚମୀରେ ଫୁଲରୀ ତେଲ ଲାଗି ହୋଇଥିଲା। ଏହାପରେ ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଔଷଧ ଲେପନ ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ଜ୍ୱର ଭଲ ନହେବାରୁ ଗଜପତିଙ୍କ ନିର୍ଦ୍ଦେଶ ମୁତାବକ ସଂପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଆଜି ଏକାଦଶୀରେ ଏହି ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେବେ ମହାପ୍ରଭୁ। ଦୀର୍ଘ ଦଶଦିନ ଧରି ଧଳାବସ୍ତ୍ର ଓ ଧଳା ପୁଷ୍ପରେ ସେବା ପାଉଥିବା ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବେ।
ତେବେ ଗତକାଲି ଦଶମୀରେ ଚକା ବିଜେ ନୀତି ଅନୁଷ୍ଠିତ ହୋଇଥିଲା।
from Odisha Reporter https://ift.tt/2FFD70p
No comments:
Post a Comment