କାନ୍ଦିଲେ କମିବ ଓଜନ, ହେଲେ କେଉଁ ସମୟରେ କାନ୍ଦିବେ ଜାଣିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 28, 2019

କାନ୍ଦିଲେ କମିବ ଓଜନ, ହେଲେ କେଉଁ ସମୟରେ କାନ୍ଦିବେ ଜାଣିଛନ୍ତି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଯଦି ଆପଣ ଜଣେ ଭାବୁକ ବ୍ୟକ୍ତି ଆଉ ଛୋଟ ଛୋଟ କଥାରେ କାନ୍ଦୁଛନ୍ତି, ତା’ ହେଲେ ଆପଣଙ୍କର ଏହି ଗୁଣ ଲାଗି ଟେନସନ ନିଅନ୍ତୁ ନାହିଁ । ଏଥିଲାଗି ଆପଣଙ୍କୁ ଅସ୍ୱସ୍ତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବାରେ, ଲୋକେ ନାକକାନ୍ଦୁରୀ ବୋଲି ମଧ୍ୟ କହି ପାରନ୍ତି। ହେଲେ ଆପଣ ବିଲକୁଲ ଚିନ୍ତା କରନ୍ତୁ ନାହିଁ। ଯିଏ ଯାହାବି କହୁ  କାନ୍ଦିବା ଆପଣଙ୍କ ସ୍ୱାସ୍ଥ୍ୟ ଲାଗି ଭଲ ହୋଇଥାଏ। ଏହାଦ୍ୱାରା ଓଜନ କମିଥାଏ। ହେଲେ କାନ୍ଦିବା ପାଇଁ ଉଚିତ ଭାବନା ଥିବା ଆବଶ୍ୟକ। ଏକଥା ଆମେ କହୁନୁ। ଏହା କହୁଛି ଏକ ଅଧ୍ୟୟନ।

କାନ୍ଦିଲେ କମିଥାଏ ଶରୀରର ଓଜନ। ମିଛ ଭାବନ୍ତୁ ନାହିଁ। କାରଣ ଏହା ସତ ବୋଲି ଏକ ଦୀର୍ଘ ଦିନର ଅଧ୍ୟୟନରୁ ଜଣାଯାଇଛି। ଏଥିରୁ ଏହା ବି ଜଣାପଡିଛି ଯେ, କାନ୍ଦିବା ଦ୍ୱାରା ଆମ ମନରେ ଥିବା ଅବସାଦ ଦୂର ହୋଇଯାଇଥାଏ। ଭାବୁକ ହୋଇ କାନ୍ଦିବା ଦ୍ୱାରା  ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ।

କାନ୍ଦିବା ସମୟରେ ଆମ ଶରୀରରେ ଚର୍ବି ଷ୍ଟୋର ହୋଇ ରହିପାରି ନ ଥାଏ। କାରଣ ଏହି ସମୟରେ ବହୁ ହରମୋନ ଶରୀରରୁ ନିର୍ଗତ ହୋଇଯାଇଥାଏ। କିନ୍ତୁ ଆପଣ ଯଦି କିଛି କାରଣ ନ ଥାଇ କାନ୍ଦିବେ, ତା’ ହେଲେ ଆପଣଙ୍କ ଶରୀରର ଚର୍ବି କମ୍‌ ହେବାର ଆଶା ବହୁତ କ୍ଷୀଣ।

ଆହୁରି ମଧ୍ୟ ଜଣାଯାଇଛି, ରାତି ୭ଟାରୁ ୧୦ଟା ମଧ୍ୟରେ କାନ୍ଦିବା ଦ୍ୱାରା ଓଜନ କମିବାର ସମ୍ଭାବନା ଅଧିକ ଥାଏ। କିନ୍ତୁ ଆପଣଙ୍କ ପାଖରେ କାନ୍ଦିବା ଲାଗି କାରଣ ମଧ୍ୟ ଥିବା ଆବଶ୍ୟକ। ଯଦି ଆପଣ ଉଚିତ ଭାବନା ନେଇ ରାତିରେ କାନ୍ଦିବେ, ତା’ ହେଲେ ଓଜନ ନିହାତି କମିବ ବୋଲି ଅଧ୍ୟୟନରୁ ଜଣାଯାଇଛି।



from Odisha Reporter https://ift.tt/2XbFzBG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages