ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫୋଲ୍ଡିଂ ଛତା ଘୋଡ଼ି କୁଆଡେ଼ ଯାଉଛ, ମତେ ଟିକେ ନିଅ, ପ୍ରେମର ଏ ବରଷାରେ ଭିଜିବି କି ନାହିଁ ଥରେ କହିଦିଅ’। ଏମିତି ଏକ ରୋମାଣ୍ଟିକ୍ ଗୀତକୁ ନେଇ ମ୍ୟୁଜିକାଲ ଆଲବମ୍ ପ୍ରସ୍ତୁତ ହୋଇଛି । ଯାହାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ସୁଟିଂ ଫ୍ଲୋରକୁ ଆସିବା ଆଗରୁ ଏହି ମ୍ୟୁଜିକାଲ ଆଲବମ୍ କଳାକାର ଓ ନାଗରିକମାନଙ୍କୁ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।
ପ୍ରଯୋଜକଙ୍କ ସମେତ ‘ଫୋଲ୍ଡିଂ ଛତା ଘୋଡ଼ି’ରେ ଥିବା ଗୀତର ଗୀତିକାର, ସଙ୍ଗୀତ ନିଦ୍ଦେର୍ଶକ ତଥା କଣ୍ଠଶିଳ୍ପୀ ହେଉଛନ୍ତି ଯୁବକବି ସରୋଜ ବଳ। ଏଥିରେ ମେନ ଲିଡରେ ପ୍ରିୟାଂଶୁ ପ୍ରିୟଦେବ ଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କଳ୍ପନା । ଏଥିରେ କଣ୍ଠ ଦେଇଛନ୍ତି ଶିଳ୍ପୀ ଅମ୍ରିତା। ଚିତ୍ର ଉତ୍ତୋଳକ ଅଶୋକ, ଗୀତଦୃଶ୍ୟରେ ଅଂଶଗ୍ରହଣ କରୁଥିବା ସହଯୋଗୀ ନୃତ୍ୟଶିଳ୍ପୀମାନେ ଏବଂ ୟୁନିଟ୍ର ସମସ୍ତ ସଦସ୍ୟ ଏହି ମହୁରତରେ ଯୋଗ ଦେଇଥିଲେ। ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଡେନିମ୍ ଆଣ୍ଡ ବ୍ଲୁଜ୍ ଡ଼୍ୟାନ୍ସ କ୍ଲାସ କ୍ୟାମ୍ପସରେ ଏଇ ମ୍ୟୁଜିକାଲ ଆଲବମ୍ର ଶୁଭ ମହୁରତକୁ ନେଇ ସମସ୍ତଙ୍କ ଭିତରେ ଉତ୍ସାହ ଦେଖା ଦେଇଥିଲା।
from Odisha Reporter http://bit.ly/2WSvFVC
No comments:
Post a Comment