ନବଜାତ କନ୍ୟାକୁ ନେଇ ଡାକ୍ତରଖାନାରୁ ଘରକୁ ଫେରୁଥିବା ବେଳେ ପିଟି ଦେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 21, 2019

ନବଜାତ କନ୍ୟାକୁ ନେଇ ଡାକ୍ତରଖାନାରୁ ଘରକୁ ଫେରୁଥିବା ବେଳେ ପିଟି ଦେଲା ଟ୍ରକ୍‌

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଖମାରପଡ଼ା ନିକଟରେ ୫ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ଟ୍ରକ୍‌ ଧକ୍କା ଦେବାରୁ ଜଣେ ମହିଳା ଓ ତାଙ୍କ ନବଜାତ କନ୍ୟାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି।

ମୃତ ମହିଳାଙ୍କ ନାଁ ମାମୁନି ମଲ୍ଲିକ। ଆହତମାନଙ୍କ ମଧ୍ୟରେ ତାଙ୍କ ସ୍ୱାମୀ ମଦନ ମଲ୍ଲିକ ଓ ବଡ଼ ଯାଆ ଅଛନ୍ତି। ସେମାନଙ୍କ ସହ ଯାଉଥିବା ଆଶା ଦିଦି ବି ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୃତାହତଙ୍କ ଘର ମାର୍ଶାଘାଇ ଥାନା ତେରଗାଁରେ। ଆଜି ସକାଳେ ସମସ୍ତେ ଅଟୋରେ ନବଜାତ କନ୍ୟାକୁ ନେଇ ଘରକୁ ଫେରୁଥିଲେ। ତେବେ ଖମାରପଡ଼ା ନିକଟରେ ଅଟୋଟିକୁ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମାମୁନି ଓ ତାଙ୍କ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଅଟୋ ଚାଳକ ଫେରାର ହୋଇଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2ZEGGvk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages