ଏହି ମୁଦି ପିନ୍ଧିବା ଦ୍ୱାରା ହୋଇଥାଏ ଭାଗ୍ୟରେ ପରିବର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 11, 2019

ଏହି ମୁଦି ପିନ୍ଧିବା ଦ୍ୱାରା ହୋଇଥାଏ ଭାଗ୍ୟରେ ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ଆଙ୍ଗୁଠିରେ ମୁଦି ସମସ୍ତେ ପିନ୍ଧୁଛନ୍ତି। କେହି ଏହାକୁ ଶୋ’ ପାଇଁ ପିନ୍ଧୁଛନ୍ତି ତ ଆଉ କେହି ନିଜ ଭାଗ୍ୟ ପରିବର୍ତ୍ତନ ହେବା ପାଇଁ ପିନ୍ଧୁଛନ୍ତି। ଅନେକ ଲୋକଙ୍କ ବିଭିନ୍ନ ପ୍ରକାର ମୁଦି ପିନ୍ଧିବାରୁ ଭାଗ୍ୟ ବଦଳିଥାଏ ବୋଲି ବିଶ୍ୱାସ ରହିଛି। ଜୋତିଷ ଶାସ୍ତ୍ର ଅନୁସାରେ, ତମ୍ବା, କଇଁଚ୍ଛ, ଘୋଡ଼ା ନାଲ ଏବଂ ନବଗ୍ରହ ଇତ୍ୟାଦିର ମୁଦି ପିନ୍ଧିବା ଦ୍ୱାରା ଭାଗ୍ୟରେ ପରିର୍ତ୍ତନ ଆସେ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି।

କେଉଁ ମୁଦି ପିନ୍ଧିଲେ ଆପଣଙ୍କୁ କିଭଳି ଲାଭ ହେବ ସେବିଷୟରେ ଆମେ ଆପଣଙ୍କୁ କହିବୁ। ଜାଣନ୍ତୁ ମୁଦି କିଭଳି ଆପଣଙ୍କ ଭାଗ୍ୟ ବଦଳାଦେଇପାରେ।

୧, କଇଁଚ୍ଛ ଆକୃତିର ମୁଦି କରିଥାଏ ଧନ ବର୍ଷା

ଆପଣଙ୍କ ଭାଗ୍ୟ ଚମକାଇ ଥାଏ କଇଁଚ୍ଛ ଆକୃତିର ମୁଦି। ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବ୍ୟକ୍ତିର ଜୀବନରେ ଥିବା ଅନେକ ଦୋଷକୁ କାଟିଥାଏ। ଏହା ସହ ଏହି ମୁଦି ପିନ୍ଧିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ। ଧନ ସମ୍ପତ୍ତି ମଧ୍ୟ ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।

୨, ସାପ ଆକୃତିର ମୁଦି ଦୂର କରିଥାଏ ଦୋଷ

ଜୋତିଷ ଶାସ୍ତ୍ର ଆନୁସାରେ, ସର୍ପାକାର ମୁଦି ଜାତକରୁ କାଳ ସର୍ପଦୋଷ କାଟି ଥାଏ। ଏହା ପିତୃ ଦୋଷ ଏବଂ ଗ୍ରହଣ ଦୋଷ ମଧ୍ୟ ଦୂର କରିଥାଏ। ଏହା ସହ ସର୍ପାକୃତି ମୁଦି ଖରାପ ନଜରରୁ ରକ୍ଷା  କରିଥାଏ।

୩, ତମ୍ବା ମୁଦି ପିନ୍ଧିବା ଦ୍ୱାରା ମିଳିଥାଏ ସୂର୍ଯ୍ୟଙ୍କ ଅପାର କୃପା

ଜୋତିଷଶାସ୍ତ୍ର ଅନୁସାରେ ତମ୍ବା ମୁଦି ପିନ୍ଧିବା ଦ୍ୱାରା ସୂର୍ଯ୍ୟ ଦୋଷ ଦୂର ହୋଇଥାଏ। ଏହି ଆଙ୍ଗୁଠିରେ ପିନ୍ଧିଲେ ସମାଜରେ ମାନ ସମ୍ନାନ ବୃଦ୍ଧି ହୋଇଥାଏ। ଏହା ସ୍ୱାସ୍ଥ୍ୟକୁ ଭଲ ରଖିଥାଏ। ତମ୍ବା ଧାରଣ କରିବା ଯୋଗୁ ବଳ ଏବଂ ବୁଦ୍ଧି ଇତ୍ୟାଦି ବଢ଼ିଥାଏ।

୪, ନବଗ୍ରହ ଆଙ୍ଗୁଠି ପିନ୍ଧିବା ଦ୍ୱାରା ମିଳିଥାଏ ଶାନ୍ତି।

ନବଗ୍ରହ ମୁଦି ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହେ। ସୁଖ, ସମୃଦ୍ଧି, ମାନ ସମ୍ନାନ ବୃଦ୍ଧି ହୁଏ। ଏହା ଧାରଣ କରିବା ଯୋଗୁ ମନରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ଏପରି ଏକ ମୁଦି ଯାହାକୁ ଆପଣ ଜୋତିଷଙ୍କ ମତାମତ ନ ନେଇ ମଧ୍ୟ ପିନ୍ଧି ପାରିବେ।

୬, ଶନି ଦୋଷ ଦୂର କରିଥାଏ ଘୋଡ଼ା ନାଲରେ ତିଆରି ଆଙ୍ଗୁଠି

କଳା ଘୋଡ଼ା ନାଲରେ ତିଆରି ଆଙ୍ଗୁଠି ପିନ୍ଧିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କର ଶନି ଦଶା ଚାଲିଥାଏ ସେମାନେ ଏହି ଆଙ୍ଗୁଠି ପିନ୍ଧିବା ଦ୍ୱାରା ଶନି ଦଶା କଟି ଯାଇଥାଏ। ଏବଂ ଜୀବନରେ ସମସ୍ୟା ଆସେ ନାହିଁ।

 



from Odisha Reporter http://bit.ly/2Xc7h5G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages