ଓଜନ କମ୍‌ କରିବାକୁ ଚାହୁଁଥିଲେ ପ୍ରତିଦିନ ପିଅନ୍ତୁ ପଇଡ଼ ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 11, 2019

ଓଜନ କମ୍‌ କରିବାକୁ ଚାହୁଁଥିଲେ ପ୍ରତିଦିନ ପିଅନ୍ତୁ ପଇଡ଼ ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଇଡ଼ ପାଣି ଆମ ଦେହ ପାଇଁ ବହୁତ ଉପକାରୀ ବୋଲି ଆପଣ ଜାଣିଥିବେ। ଏହାକୁ ପିଇବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାର ଫାଇଦା ମିଳିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଏମିନୋ ଏସିଡ୍‌, ଏନ୍‌ଜାଇମ୍‌, ଭିଟାମିନ୍‌-ସି ଇତ୍ୟାଦି ରହିଥାଏ। ପ୍ରତିଦିନ ପଇଡ଼ ପାଣି ପିଇବା ଦ୍ୱାରା ଶରୀର ଡିହାଇଡ୍ରେଟ୍‌ ରହିଥାଏ। ଏହା ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ। ତାହାଲେ ଆସନ୍ତୁ ଜାଣିବା ଏହା ଆମ ଶରୀରକୁ ଆଉ କ’ଣ କ’ଣ ଫାଇଦା ଦେଇଥାଏ।

୧, ଓଜନ କମ୍‌ କରିଥାଏ

ଆପଣ ଯଦି ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତାହାଲେ ପ୍ରତିଦିନ ପଇଡ଼ ପାଣି ପିଅନ୍ତୁ। ଆପଣ ଏହାକୁ ଡାଏଟ୍‌ରେ ମଧ୍ୟ ସାମିଲ୍‌ କରି ପାରିବେ। ପଇଡ଼ ପାଣିରେ କ୍ୟାଲୋରି ବହୁତ୍‌ କମ୍‌ ପରିମାଣରେ ରହିଥାଏ। ସକାଳୁ ପ୍ୟାକେଟ୍‌ରେ ମିଳୁଥିବା ଜୁସ୍‌ ନ ପିଇ ଆପଣ ଏହାକୁ ପିଇଲେ ଭଲ।

୨,ଇମ୍ୟୁନିଟି ସିଷ୍ଟମ୍‌ ମଜବୁତ୍‌ କରିଥାଏ

ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ। ଯାହା ଶରୀରରେ ଇମ୍ୟୁନିଟି ସିଷ୍ଟମ୍‌କୁ ଷ୍ଟ୍ରଙ୍ଗ କରିଥାଏ। ଏହାକୁ ପିଇବା ଦ୍ୱାରା ସହଜରେ ଇନ୍‌ଫେକ୍‌ସନ୍‌ ହୁଏ ନାହିଁ।

୩, ବ୍ଲଡ୍‌ ପ୍ରେସର୍‌ ରୋଗୀଙ୍କ ପାଇଁ ଫାଇଦା

ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ଡାଏଟ୍‌ରେ ପଇଡ଼ ପାଣି ସାମିଲ୍‌ କରନ୍ତୁ। ଏହା ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରଖିବ। ଏଥିରେ ଭିଟାମିନ୍‌-ସି, ମିନେରାଲ୍ସ ଏବଂ ପୋଟାସିୟମ୍‌ ଥିବାରୁ ଏହା ହାଇ ବ୍ଲଡ୍‌ ପ୍ରେସର୍‌କୁ ନିୟନ୍ତ୍ରଣ କରିଥାଏ।

୪, ତ୍ୱଚାକୁ ଦେଇଥାଏ ଫାଇଦା

ଏହା କେବଳ ଶରୀର ପାଇଁ ନୁହେଁ ତ୍ୱଚା ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ। ଏହା  ତ୍ୱଚାକୁ ଲୋଚାକୋଚା ହେବାକୁ ଦିଏନାହିଁ। ଆପଣଙ୍କ ମୁହଁରେ ଯଦି ବ୍ରଣ ହୋଇଛି, ତାହାଲେ ରାତିରେ ପଇଡ଼ ପାଣି ଲଗାଇ ଶୁଅନ୍ତୁ। ଏବଂ ସକାଳୁ ଉଠି ସାଧା ପାଣିରେ ଧୋଇ ଦିଅନ୍ତୁ। ଏହା କଲେ ବ୍ରଣ ଶିଘ୍ର ଭଲ ହୋଇଯିବ।

୫, କିଡ୍‌ନି ପାଇଁ ଉପକାରୀ

ପଇଡ଼ ପାଣିରେ ମିନେରାଲ୍ସ, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଥାଏ। ଯାହା କିଡ୍‌ନୀକୁ ସୁସ୍ଥ ରଖିଥାଏ। ଆପଣ କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପ୍ରତିଦିନ ପଇଡ଼ ପାଣି ପିଅନ୍ତୁ।

 



from Odisha Reporter http://bit.ly/2XAH51u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages