ଡିପ୍ରେସନ୍‌ରୁ କିପରି ପାଇବେ ମୁକ୍ତି, ଜାଣନ୍ତୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 10, 2019

ଡିପ୍ରେସନ୍‌ରୁ କିପରି ପାଇବେ ମୁକ୍ତି, ଜାଣନ୍ତୁ ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛୋଟ ବେଳୁ ପିଲାମାନଙ୍କୁ ଏପରି ଶିକ୍ଷା ଦିଆଯାଇଥାଏ ଯେ, ବଡ଼ ହେଲେ ସେମାନଙ୍କ ଉପରକୁ କୌଣସି ବିପଦ ଆସିଲେ ସେମାନେ ଯେପରି ଏହାର ସାମ୍ନା କରି ପାରିବେ। ଏପରି ପରିବେଶ ଭିତରେ ରହି ସେମାନେ ନିଜ ଦୁଃଖ ପରିପ୍ରକାଶ କରି ପାରନ୍ତି ନାହିଁ। ଫଳରେ ବଡ ହେଲେ ଯେକୌଣସି ପରିସ୍ଥିତିରେ ବି ପୁଅ ମାନେ କାନ୍ଦନ୍ତି ନାହିଁ। ଏହାର ମାନେ ନୁହେଁ ଯେ, ସେମାନଙ୍କୁ କଷ୍ଟ ହୁଏନି।

ଏହାର ପରିଣାମ ଏପରି ହୋଇଥାଏ ଯେ, ସେମାନେ ନିଜ ଭିତରେ ସବୁ କଥା ରଖି ସହିଥାନ୍ତି। ବେଳେବେଳେ ଏହା  ଅସହ୍ୟ ହେଲେ ସେମାନେ ଡ୍ରିପେସନ୍‌କୁ  ଚାଲିଯାଆନ୍ତି। ଏହି ଡିପ୍ରେସନ୍‌ କାରଣରୁ ଅନେକ ସମସ୍ୟା ଦେଖାଯାଇଥାଏ। ଯେପରିକି ଖାଇବାକୁ ଇଚ୍ଛା ହୁଏ ନାହିଁ। କୁଆଡ଼େ ବୁଲା ବୁଲି କରିବାକୁ ଇଚ୍ଛା ହୁଏ ନାହିଁ। ଛୋଟ ଛୋଟ କଥାରେ ରାଗ ଲାଗିଥାଏ। ଲୁଚି ଲୁଚି କାନ୍ଦିବା ଇତ୍ୟାଦି ଘଟଣା ଘଟିଥାଏ।

ଆଜି ଆପଣଙ୍କୁ ଏହି ଡିପ୍ରେସନ୍‌ ବିଷୟରେ କହିବୁ ଯାହାକୁ ଆପଣ କିପରି ସାମ୍ନା କରି ଆସିବାକୁ ଥିବା ବିପଦକୁ ଟାଳି ପାରିବେ।

ଡିପ୍ରେସନ୍‌ର ଲକ୍ଷଣ

ଶାରୀରିକ କଷ୍ଟ

ଅନେକ ସମୟରେ ଶାରୀରିକ କଷ୍ଟ ମଧ୍ୟ ଡିପ୍ରେସନ୍‌ର ରୂପ ନେଇ ପାରେ। ଯଦି ଅଣ୍ଟା ବିନ୍ଧା, ମୁଣ୍ଡ ବିନ୍ଧା, ନିଦ ନ ଆସିବା, ଖାଇବା ଠିକ୍‌ ଭାବେ ହଜନ ନ ହେବା ଭଳି ସମସ୍ୟା ଅନେକ ଦିନ ଯାଏ ଲାଗି ରୁହେ ତା ହେଲେ ମଣିଷ ଧିରେ ଧିରେ ଡିପ୍ରେସନ୍‌କୁ ଚାଲିଯାଇଥାଏ।

ରାଗ

ଡିପ୍ରେସନ୍‌କୁ ଅଣଦେଖା କରିବା ମଧ୍ୟ ରାଗ ଆସିବାର କାରଣ ହୋଇପାରେ। ଆପଣଙ୍କୁ ଯଦି ଚିଡ୍‌ଚିଡା ଲାଗୁଛି ଏବଂ ଅଳ୍ପ ଅଳ୍ପ କଥାରେ ରାଗ ଲାଗୁଛି ତାହାଲେ ଆପଣ ଡିପ୍ରେସନ୍‌ର ଶିକାର ହୋଇଛନ୍ତି ବୋଲି ଭାବି ଦିଅନ୍ତୁ।

କିପରି ସାମ୍ନା କରିବେ

ନିଜ ଲୋକଙ୍କ ସହ କଥା ହୁଅନ୍ତୁ

ଯାହାଙ୍କ ଉପରେ ଆପଣଙ୍କ ଭରସା ଅଛି, ଯିଏ ଆପଣଙ୍କ ଭଲ ମନ୍ଦ ବିଷୟରେ ଚିନ୍ତା କରନ୍ତି, ଆପଣ ତାଙ୍କୁ ଆପଣଙ୍କ  ମନର କଥା କହି ପାରିବେ। ଏହି ସମୟରେ ନିଜ ଲୋକଙ୍କ ସହ କଥା ହୋଇ ସମାଧାନର ବାଟ ବାହାର କରନ୍ତୁ।

ସୋଶାଲ୍‌ ଆକ୍ଟିଭିଟି

ଯେତେବେଳେ ଆପଣ ଡିପ୍ରେସନ୍‌ରେ ଅଛନ୍ତି, ଏକା ନ ରହି ସାଙ୍ଗମାନଙ୍କ ସହ କଥା ହୁଅନ୍ତୁ, ମିଶିକି ବୁଲିବାକୁ ଯାଆନ୍ତୁ। ସେମାନଙ୍କ ସହ ଆପଣଙ୍କ କଥା ଶେଆର୍‌ କରନ୍ତୁ। ଏହି ପରି କଲେ ଆପଣଙ୍କ ମନ ଭଲ ଲାଗିବ ଏବଂ ଡିପ୍ରେସନ୍‌ କମ୍‌ ହେବ।

ଗୃହ ପାଳିତ ପଶୁଙ୍କ ସହ ବିତାଇ ପାରିବେ ସମୟ

ଆପଣଙ୍କ ଘରେ ଯଦି କୁକୁର, ବିଲେଇ, ଚଡ଼େଇ ଇତ୍ୟାଦି ରଖିଛନ୍ତି ସେମାନଙ୍କ ସହ ସମୟ ବିତାନ୍ତୁ। ଏହା ସହ ବଗିଚା କାମରେ ମଧ୍ୟ କିଛି ସମୟ ଦିଅନ୍ତୁ। ଏହା ମନକୁ ଫ୍ରେସ୍‌ କରିବ।

ଏହି ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଚେଷ୍ଟା କରନ୍ତୁ ଡେରି ରାତି ଯାଏ ମୋବାଇଲ୍‌ ବ୍ୟବହାର ନ କରିବା ପାଇଁ। ଏହା କଲେ ଆପଣଙ୍କୁ ନିଦ ଠିକ୍‌ରେ ହବ।

ଆପଣ ପ୍ରତ୍ୟେକ ଦିନ କିଛି ନା କିଛି ବ୍ୟାୟାମ କରନ୍ତୁ। ଏଥିପାଇଁ ଆପଣ କୌଣସି ଯୋଗ କ୍ଲାସ୍‌ରେ ମଧ୍ୟ ଆଡ୍‌ମିଶନ୍‌ କରି ପାରିବେ।



from Odisha Reporter http://bit.ly/2Kb8KCS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages