ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ ୮ଟା ବେଳକୁ ଖରାନିଜ କୋପ ଦେଖାଇବା ଆରମ୍ଭ କରୁଛି। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଗରମ ସହ ଗୁଳୁଗୁଳି। ବିଭିନ୍ନ ଜିଲ୍ଲାରେ ଦ୍ୱିପ୍ରହରରେ ତାତି ସମୟରେ ବିଦ୍ୟୁତ୍ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି।
ଓଡ଼ିଶାରେ ଗତକାଲି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ରାଜ୍ୟର ଉତ୍ତପ୍ତ ସହର ଭାବେ ହୀରାକୁଦରେ ସର୍ବାଧିକ ୪୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳ ଭୁବନେଶ୍ୱରରେ ୩୭.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
from Odisha Reporter http://bit.ly/31nSIed
No comments:
Post a Comment