୯ ତାରିଖରେ ରୋହିତ ଭାଙ୍ଗିବେ ସଚିନ୍‌ଙ୍କ ୧୬ ବର୍ଷର ରେକର୍ଡ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 7, 2019

୯ ତାରିଖରେ ରୋହିତ ଭାଙ୍ଗିବେ ସଚିନ୍‌ଙ୍କ ୧୬ ବର୍ଷର ରେକର୍ଡ!

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗି ଯିବ ବୋଲି ଯେଉଁ ଅନୁମାନ କରାଯାଉଥିଲା, ତାହା ସତ ହେବାକୁ ଯାଉଛି। ହୋଇପାରେ ଜୁଲାଇ ୯ ତାରିଖରେ ରୋହିତ ଶର୍ମା ସଚିନଙ୍କ ରେକର୍ଡ ଭାଙ୍ଗି ଦେବେ। ତା’ହେଲେ ତେବେ ସଚିନ୍‌ଙ୍କ ଏହି ରେକର୍ଡଟି କ’ଣ?

୧୬ ବର୍ଷ ତଳେ ଅର୍ଥାତ୍ ୨୦୦୩ ବିଶ୍ୱକପ୍‌ରେ ସେ ୬୭୩ ରନ୍ କରିଥିଲେ। ଏହି ବିଶ୍ୱକପ୍‌ରେ ଭାରତ ଫାଇନାଲ୍‌ରେ ହାରିଥିବା ବେଳେ ସଚିନ୍ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ହୋଇଥିଲେ। ଏହା ପରେ ତିନୋଟି ବିଶ୍ୱକପ୍ ଖେଳା ଯାଇଥିଲେ ହେଁ ତାଙ୍କର ଏହି ରେକର୍ଡକୁ କୌଣସି ବ୍ୟାଟ୍ସମ୍ୟାନ୍ କେହି ଭାଙ୍ଗି ପାରି ନାହାନ୍ତି। ସେହିପରି ଯେକୌଣସି ବିଶ୍ୱକପ୍‌ରେ ଏହା ହେଉଛି ସର୍ବାଧିକ ରନ୍‌। କିନ୍ତୁ ଚଳିତ ବିଶ୍ୱକପ୍‌ରେ ସଚିନ୍‌ଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ରୋହିତ ଶର୍ମାଙ୍କ ପାଖରେ ସୁଯୋଗ ରହିଛି। କାରଣ ରୋହିତ ଏଯାବତ ୬୪୭ ରନ୍ ସଂଗ୍ରହ କରିସାରିଲେଣି। ଏହା ସହିତ ସେ ଟେବୁଲ୍‌ର ଶୀର୍ଷରେ ରହିଛନ୍ତି। ସେ ୮ଟି ଇନିଂସ୍‌ରୁ ଏହି ରନ୍ ସଂଗ୍ରହ କରିଛନ୍ତି। ତା’ ମଧ୍ୟରେ ୫ଟି ଶତକ ରହିଛି।

୯ ତାରିଖରେ ସେମି ଫାଇନାଲ୍ ମ୍ୟାଚ୍ ଖେଳା ଯିବାକୁ ଥିବା ବେଳେ ସଚିନ୍‌ଙ୍କ ଏହି ରେକର୍ଡକୁ ଭାଙ୍ଗିବାକୁ ରୋହିତଙ୍କ ପାଖରେ ସୁଯୋଗ ରହିଛି। ପ୍ରଥମ ସେମି ଫାଇନାଲ୍‌ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାମୁହିଁ ହେବେ। ସେହିପରି ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣରଙ୍କ ପାଖରେ ବି ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କାରଣ ସେ ଲିଗ୍ ପର୍ଯ୍ୟାୟରେ ମୋଟ ୬୩୮ ରନ୍ କରିଛନ୍ତି। ୧୧ ତାରିଖରେ ଦଳ ଆୟୋଜକ ଇଂଲଣ୍ଡକୁ ଦ୍ୱିତୀୟ ସେମି ଫାଇନାଲ୍‌ରେ ଭେଟିବ।

ତେବେ ଏ ଦୁଇ ଜଣଙ୍କ ଭିତରୁ କିଏ ପ୍ରଥମେ ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବ, ତାହା ଦେଖିବାକୁ ବାକି ରହିଲା। କାରଣ କୌଣସି କାରଣରୁ ରୋହିତ ସେମି ଫାଇନାଲ୍‌ରେ ୨୭ ରନ୍ କରି ଏହି ରେକର୍ଡ ନ ଭାଙ୍ଗି ପାରିଲେ ଏ ସୁଯୋଗ ୱାର୍ଣ୍ଣରଙ୍କ ହାତକୁ ଚାଲି ଯାଇପାରେ।

ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବାକୁ ବାଂଲାଦେଶର ସକିବ୍ ଅଲ୍ ହାସନ୍‌ଙ୍କ ପାଖରେ ବି ସୁଯୋଗ ଥିଲା। କାରଣ ସେ ୮ଟି ଲିଗ୍ ମ୍ୟାଚ୍‌ରୁ ୬୦୬ ରନ୍ କରିଥିଲେ। ତେବେ ଦଳ ସେମି ଫାଇନାଲ୍ ରାଉଣ୍ଡକୁ ଯାଇପାରିଲା ନାହିଁ।



from Odisha Reporter https://ift.tt/2RZL5X4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages