ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏବଂ କାର୍ଯ୍ୟକାରିଣୀ ସଭାପତି ଜେ.ପି ନଡ୍ଡା ଅପରାହ୍ନ ୩ଟାରେ ଦଳୀୟ ପଦାଧିକାରୀଙ୍କ ସହ ଉଚ୍ଚ ସ୍ତରୀୟ ବୈଠକ କରିବେ। ଏହି ବୈଠକରେ ଦଳର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ। ଅପରାହ୍ନ ୩ଟାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି।
ବୈଠକରେ ଗତକାଲି ଆରମ୍ଭ ହୋଇଥିବା ବିଜେପି ସଦସ୍ୟ ଅଭିଯାନକୁ କିଭଳି ଆଗକୁ ନିଆଯିବ ସେ ବାବଦରେ ଆଲୋଚନା ହେବ। ଏଥିସହ କେନ୍ଦ୍ର ସରକାରଙ୍କ ବଜେଟ ବାବଦରେ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ କିଭଳି ବାର୍ତ୍ତା ପହଞ୍ଚିବ ସେ ନେଇ ଗୁରୁତ୍ୱ ଦେବ ଦଳ।
ଏଥିସହ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ଝାରଖଣ୍ଡ, ହରିଆନା, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବାବଦରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/3280IRb
No comments:
Post a Comment