‘ଓଡ଼ିଶାରେ ୬୦ ପ୍ରତିଶତ ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 28, 2019

‘ଓଡ଼ିଶାରେ ୬୦ ପ୍ରତିଶତ ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ’

ନୂଆଦିଲ୍ଲୀ: ଦେଶର ୧୬ ହଜାର ଅଦାଲତ ମଧ୍ୟରୁ ୧୫ ପ୍ରତିଶତ ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଗତ ବର୍ଷ ନଭେମ୍ୱର ମାସରେ ଅଦାଲତ ପରିସରରେ ଶୌଚାଳୟର ନବୀକରଣ କରିବା ପାଇଁ ‘ସ୍ୱଚ୍ଛ ନ୍ୟାୟାଳୟ’ ଯୋଜନା ଆରମ୍ଭ ହୋଇଥିଲା।

୬ ମାସ ମଧ୍ୟରେ ଦେଶର ସମସ୍ତ ଅଦାଲତରେ ଥିବା ଶୌଚାଳୟର ନବୀକରଣ ହୋଇଯିବ ବୋଲି ନିର୍ଦ୍ଦେଶ ରହିଥିଲା। ହେଲେ ଏଯାଏ ୧୫ ପ୍ରତିଶତ ଶୌଚାଳୟରେ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ଟୟଲେଟ ଏଯାଏ ନିର୍ମିତ ହୋଇନଥିବା ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ ରହିଛି।

ସେଣ୍ଟର ଫର୍ ଲିଗାଲ ପଲିସି ସଂସ୍ଥା ଦ୍ୱାରା ଏହି ସର୍ବେକ୍ଷଣ କରାଯାଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମଣିପୁର, ନାଗାଲ୍ୟାଣ୍ଡ, ପଞ୍ଜାବ୍, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଥିବା ଅଦାଲତ ପରିସରରେ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ଟୟଲେଟ ନଥିବା ଜଣାପଡ଼ିଛି।

ସର୍ବେକ୍ଷଣ ସଂସ୍ଥା ତା’ର ରିପୋର୍ଟରେ ପ୍ରକାଶ କରିଛି ଯେ ଓଡ଼ିଶାରେ ୬୦ ପ୍ରତିଶତ, ଆନ୍ଧ୍ର ପ୍ରଦେଶର ୬୯ ପ୍ରତିଶତ ଏବଂ ଆସାମର ୫୯ ପ୍ରତିଶତ ଅଦାଲତ ପରିସରରେ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ଶୌଚାଳୟ ନାହିଁ। ସେହିପରି ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ଥିବା ଜିଲ୍ଲା ଅଦାଲତରେ ମଧ୍ୟ ମହିଳା ଏବଂ ପୁରୁଷଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ନଥିବା ଜଣାପଡ଼ିଛି।



from Odisha Reporter https://ift.tt/2yjb2rA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages